କର୍ଣ୍ଣାଟକ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ନିକଟରେ କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣା ଯୋଗୁଁ ବ୍ୟାପକ ଟ୍ରାଫିକ୍ ଜାମ୍ ଭଳି ସମସ୍ୟା ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ, ଆଜି ସକାଳେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ି ବେଙ୍ଗାଲୁରୁରୁ ପ୍ରାୟ ୩୨ କିଲୋମିଟର ଦୂରରେ ବିଦାଡି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବସଟି କେରଳର କୋଝିକୋଡରୁ ବେଙ୍ଗାଲୁରୁ ଯାଉଥିବା ଏକ ସୁପର ଡିଲକ୍ସ ବସ୍ ଥିଲା । ଫଳରେ ଏହି ଦୁର୍ଘଟଣାରେ ବିଶେଷ ଆଘାତ ଯୋଗୁଁ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କ ମୃତ୍ୟୁ ଘଟିଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଏଥିସହ ୧୪ ଜଣ ଯାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।
ଅନ୍ୟପଟେ ଦୁର୍ଘଟଣା କାରଣରୁ ଦୀର୍ଘ ସମୟ ଧରି ଟ୍ରାଫିକ୍ ମଧ୍ୟ ଜାମ୍ ରହିଥିବା ସୂଚନା ମିଳିଛି । ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ ହୋଇଥିବା ପୋଲିସ କହିଛି ।
Also Read: Agra Two Storey Building Collapse : ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ିଲା ୨ ମହଲା କୋଠା, ଅଳ୍ପବେ ବର୍ତ୍ତିଲେ ଲୋକ