ମହାରାଷ୍ଟ୍ରରେ ପ୍ରବଳ ବର୍ଷା : ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ବୁଡିଲା ଅନେକ ମନ୍ଦିର, ଆଲର୍ଟ ମୋଡରେ ଏନଡିଆରଏଫ

ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ରାଜଧାନୀ ମୁମ୍ବାଇରେ ରାସ୍ତା ଉବୁଟୁବୁ । ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନ ଜଳମଗ୍ନ ଯୋଗୁଁ ଲୋକେ ପ୍ରଭାବିତ ହୋଇଛନ୍ତି । ପୁଣେ, ନାସିକ, ସାଙ୍ଗଲୀ ଏବଂ କୋହ୍ଲାପୁରରେ ନଦୀର ଜଳସ୍ତର ବୃଦ୍ଧି ପାଇଛି । ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି । ଥାନେ, ଲୋନାଭଲା, ମହାବଳେଶ୍ୱର ସହିତ ଅନେକ ସ୍ଥାନରେ ବର୍ଷା ଲାଗିରହିଛି । ପ୍ରବଳ ବର୍ଷା ଯୋଗୁଁ ନାକର ଅନେକ ମନ୍ଦିର ପାଣିରେ ବୁଡିଛି । ପରିସ୍ଥିତି ଉପରେ ନଜର ରଖିଛି ଏନଡିଆରଏଫ ଏବଂ ସେନା ।

ନାସିକରେ ଦୀର୍ଘ ସମୟ ଧରି ପ୍ରବଳ ବର୍ଷା ଯୋଗୁଁ ଗଙ୍ଗାପୁର ଡ୍ୟାମ୍‌ର ପାଣି ଓଭରଫ୍ଲୋ ହୋଇଛି । ଗୋଦାବରୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଗୋଦା ଘାଟରେ ଥିବା ଅନେକ ଛୋଟ ବଡ ମନ୍ଦିର ପାଣିରେ ବୁଡିଛି । ବନ୍ୟା ସ୍ଥିତି ଦେଖି ସ୍ଥାନୀୟ ପ୍ରଶାସନ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବା ସହିତ ଉଚ୍ଚ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦେଇଛି । ସୁରକ୍ଷା ଦୃଷ୍ଟିରୁ ଗୋଦା ଘାଟରେ ଥିବା ଦୋକାନ ବନ୍ଦ କରିବାକୁ କୁହାଯାଇଛି ।

ପାଣିପାଗ ବିଭାଗ ନାସିକ, ପୁଣେ, କୋହ୍ଲାପୁର, ସତାରା ଜିଲ୍ଲା ପାଇଁ ବର୍ଷା ଆଲର୍ଟ ଜାରି କରିଛି । ୧୦ ଅଗଷ୍ଟ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପାଲଘରରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ପୁଣେ ଏବଂ ସତାରାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.