ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଟ୍ରକ ଧକ୍କାରେ ୬ ଗାଡି ଚୁରମାର୍‌, ଅନେକ ମୃତ

ଚଣ୍ଡୀଗଡ-ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ହିମାଚଳ ଏବଂ ପଞ୍ଜାବ ସୀମାର କିରତପୁର ପାଖରେ ନିର୍ମାଣ ହୋଇଥିବା ଟୋଲ ପ୍ଲାଜାରେ ଏକ ଟ୍ରକ ୬ଟି ଗାଡିକୁ ଧକ୍କା ଦେଇଛି । ଦୁର୍ଘଟଣାରେ କିଛି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚିତ୍କାର ଶୁଣାଯାଇଥିଲା । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଟ୍ରକ ଧକ୍କା ଦେବା ଫଳରେ ସବୁ ଗାଡି ଚୁରମାର ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ, ଟମାଟର ଲଦା ହୋଇଥିବା ହରିୟାଣା ନମ୍ବର ଥିବା ଏକ ଟ୍ରକ ପଞ୍ଜାବ ଯାଉଥିଲା । ଗରାମୋଡା ନିକଟରେ ଟ୍ରକ ଚାଳକ ନିୟନ୍ତ୍ରଣ ହରାଇ ଏକାସାଙ୍ଗରେ ୬ଟି ଗାଡିକୁ ଧକ୍କା ଦେଇଥିଲା । ଟ୍ରକଟି ୪ଟି କାର, ଏକ ଟ୍ରକ ଏବଂ ଟେମ୍ପୋ ଟ୍ରାଭେଲରକୁ ଧକ୍କା ଦେଇଛି ।

ସୂଚନାଯୋଗ୍ୟ, ଗତ ମାସ ୨୫ ମଇର ଚଣ୍ଡୀଗଡ ମନାଲୀ ରାଜମାର୍ଗରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା । ହରିୟାଣାର ୧୩ ପର୍ଯ୍ୟଟକ ମନାଲୀ ବୁଲିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ହରିୟାଣା ପର୍ଯ୍ୟଟକ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ମଣ୍ଡି ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.