୧୮୫ କିମି ବେଗରେ ଗୁଜରାଟ ସ୍ଥଳ ଭାଗ ଛୁଇଁଲା ବାତ୍ୟା ତାଉତେ, ୪ଟିି ରାଜ୍ୟରେ ୧୮ଜଣଙ୍କ ମୃତ୍ୟୁ

ପ୍ରକୃତିର କରାଳ ରୂପ ବାତ୍ୟା ରୂପରେ ଉଭାନ ହୋଇଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ତାଉ-ତେ ଘଣ୍ଟାକୁ ୧୮୫ କିମି ବେଗରେ ଆସି ଗୁଜରାଟର ସ୍ଥଳ ଭାଗ ଛୁଇଁଛି । ସୋମବାର ରାତି ୮ଟାରେ ଗୁଜରାଟ ସ୍ଥଳ ଭାଗ ଛୁଇଁଛି ବାତ୍ୟା ତାଉତେ । କର୍ଣ୍ଣାଟକ, ଗୋଆ, କେରଳ ଏବଂ ମହାରାଷ୍ଟ୍ରରେ ୧୮ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଅନେକଙ୍କ ଘର ନଷ୍ଟ ହୋଇ ଯାଇଥିବା ବେଳେ ବାତ୍ୟାକୁ ଦୃଷ୍ଟିରେ ରଖି ୧.୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି ।

ପାଣିପାଗ ବିଭାଗର କହିବା ଅନୁଯାୟୀ, ତାଉ-ତେ ବାତ୍ୟା ପାଖାପାଖି ୨ ଘଣ୍ଟା ଧରି ତାଣ୍ଡବ ରଚିଥିଲା । ଏହାପୂର୍ବରୁ ଗୁଜରାଟରେ ୧.୫ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆ ଯାଇଥିଲା । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସବୁ ରାଜ୍ୟର ରାଜ୍ୟପାଳଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ ସବୁ ସାହାଯ୍ୟ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି ।

ତାଉ-ତେରେ ସୋମବାର ମହାରାଷ୍ଟ୍ରର କୋଙ୍କଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ କର୍ଣ୍ଣାଟକରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପର୍ଯ୍ୟନ୍ତ ବାତ୍ୟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଥାନେ ଅଞ୍ଚଳରେ ଲୋକାପୁରମରେ ୨.୧୫ ସମୟରେ ସୋସାଇଟିର ୫୦ଫୁଟର କାନ୍ଥ ଏବଂ ୧ ବିଲ୍ଡିଂର ଷ୍ଟ୍ରିଟ ଲାଇଟ ପୋଲ ପାଖରେ ପାର୍କ କରାଯାଇ ଥିବା ଗାଡି ଉପରେ ପଡି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.