ଲଣ୍ଡନ : ଲଣ୍ଡନ ଯାଉଥିବା ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଉପରେ ଆକ୍ରମଣ । ଶନିବାର ସନ୍ଧ୍ୟାରେ ଏହି ଘଟଣା ଯୋଗୁଁ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାରେ ଦୁଇ ସନ୍ଦିଗ୍ଧଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ଚଳନ୍ତା ଟ୍ରେନରେ ଏପରି ଘଟଣା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଥିଲା ।
ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୭ଟା୪୦ ସମୟରେ ଟ୍ରେନଟି କେମ୍ବ୍ରିଜସାୟର ଦେଇ ଅତିକ୍ରମ କରୁଥିଲା । ଏହା ହଣ୍ଟିଂଡନ୍ ପାଖରେ ପହଁଚିବା ପରେ ପୋଲିସ ଏହାକୁ ଅଟକାଇଥିଲା । ପ୍ରଥମେ ସନ୍ଦିଗ୍ଧ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଆହତଙ୍କୁ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସର କହିବାନୁସାରେ କେଉଁ କାରଣ ପାଇଁ ଟ୍ରେନରେ ଛୁଡାମାଡ ହୋଇଥିଲା ତାହା ଜଣାପଡିନାହିଁ । ତଦନ୍ତ ଜାରି ରହିଛି । ଯାତ୍ରୀଙ୍କ ପାଖରେ ଥିବା ଭିଡିଓ ଫୁଟେଜକୁ ଯାଞ୍ଚ କରାଯାଉଛି ।
ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର ଏବଂ ଗୃହ ସଚିବ ଶବାନା ମହମୁଦ ଏହି ଘଟଣାକୁ ଭୟଙ୍କର ବୋଲି କହିଛନ୍ତି ଏବଂ ଗୁଜବରୁ ଦୂରେଇ ରହିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ଏହି ଘଟଣାକୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଘଟଣା ଖୁବ୍ ଚିନ୍ତାଜନକ । ସେ ପୀଡିତଙ୍କ ସହ ଅଛନ୍ତି । ଆହତଙ୍କୁ ତୁରନ୍ତ ଜରୁରୀ ସେବା ପ୍ରଦାନ କରାଯାଇଥିଲା ।
We are currently responding to an incident on a train to Huntingdon where multiple people have been stabbed.
Officers are in attendance alongside @CambsCops and two people have been arrested.
Further updates will be shared here.
— British Transport Police (@BTP) November 1, 2025
Also Read : କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି, ପ୍ଲାଷ୍ଟିକ ବୋତଲ ବ୍ୟବହାର ଉପରେ ଲଗାଇଲେ ରୋକ୍