ଏକାଠି ହେବେ ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଦିଲ୍ଲୀରେ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

କେନ୍ୟୁଜ୍(ବ୍ୟୁରୋ): ଏକାଠି ହେବେ ମାଓ ପ୍ରଭାବିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀ। ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକୁ ନେଇ ଦିଲ୍ଲୀରେ ବୈଠକ ଡାକିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଓବାଦ ପ୍ରଭାବିତ ୧୦ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ଦେବେ । ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକରେ ଉପସ୍ଥିତ ରହିବେ ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, କେରଳ ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ।

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା, ଇଣ୍ଟେଲିଜେନ୍‌ସ ବ୍ୟୁରୋ ନିର୍ଦ୍ଦେଶକ ଅରବିନ୍ଦ କୁମାର, ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସିଆରପିଏଫ ଡିଜି ଉପସ୍ଥିତ ରହିବେ। ଓଡ଼ିଶାର ଫୋକସ କ’ଣ ରହିବ ? କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ? ମାଓ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦାବି କ’ଣ ରହିବ ? ତାରି ଉପରେ ନଜର ରହିଛି । ପ୍ରତିବର୍ଷ ମାଓବାଦ ମୁକାବିଲା ନେଇ ଏପରି ବୈଠକ ବସେ। ଏଥର ଫୋକସରେ ରହିଛି ୫ ରାଜ୍ୟ। ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର।