ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ

ଛତିଶଗଡ଼ (କେନ୍ୟୁଜ୍) : ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଦିନକ ପୂର୍ବରୁ ସୁରକ୍ଷାକର୍ମୀଙ୍କୁ ମାଓବାଦୀଙ୍କ ଖୋଲା ଚ୍ୟାଲେଞ୍ଜ । ଛତିଶଗଡ଼ରେ ୬ଟି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । କାଙ୍କେର ଜିଲ୍ଲାରେ ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି । କୋୟଲ ବାଡ଼ି ଜଙ୍ଗଲରେ ହୋଇଥିବା ବିସ୍ଫୋରଣରେ ଜଣେ ବିଏସ୍ଏଫ୍ ଏଏସ୍ଆଇ ଆହତ ହୋଇଛନ୍ତି । ସେହିପରି ବିଜାପୁରରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଛି । ଅନ୍ୟ ଜଣେ ମାଓବାଦୀକୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ଗୁଳି ବିନିମୟ ଜାରି ରହିଛି ।