ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓ ମେଳି, ନାଚ ଗୀତ କରି ନିର୍ବାଚନକୁ କରୁଛନ୍ତି ବିରୋଧ

ଛତିଶଗଡ଼(କେନ୍ଯୁଜ୍) : ଛତିଶଗଡ଼ ନିର୍ବାଚନ ପୂର୍ବରୁ ମାଓ ମେଳି । ଏକାଠି ହେଲେ ଶତାଧିକ ମାଓବାଦୀ ଓ ମାଓ ସମର୍ଥକ । ଦାନ୍ତେଓ୍ଵାଡା ନେଲବାୟା ପୋଟେଲି ନିକଟରେ ଏମାନେ ଏକାଠି ହୋଇଛନ୍ତି । ଲମ୍ବା ଧାଡିରେ ନାଚ ଗୀତ କରି ନିର୍ବାଚନକୁ ବିରୋଧ କରୁଛନ୍ତି । ଏହା ସହ ମତଦାନ ନକରିବାକୁ ଗାଁ ଗାଁ ବୁଲି ଲୋକଙ୍କୁ ବୁଝାଉଛନ୍ତି । ମାଓବାଦୀ ନାଟ୍ୟ ମଣ୍ଡଳୀ ବାଜାଗୀତ ସହ ବିରାଟ ରାଲିରେ ବାହାରିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ଭୂଆଁ ବୁଲାଉଥିବା ନାଟ୍ୟମଣ୍ଡଳୀ ଗୀତ ମାଧ୍ୟମରେ ଲୋକଙ୍କୁ ବୁଝାଉଛନ୍ତି ।