ପତିଙ୍କ ବିରୋଧରେ ପତ୍ନୀ ବଳାତ୍କାର ମାମଲା କରି ପାରିବେ କି ନାହିଁ, ଆସନ୍ତା ୧୭ ରେ ହାଇକୋର୍ଟ ଦେବେ ରାୟ

ନୂଆଦିଲ୍ଲୀ : ବଳାତ୍କାର ସମ୍ପର୍କିତ ଆଇନ ବା (IPC Section 375) ପତି ବା ସ୍ୱାମୀଙ୍କ ବିରୋଧରେ ଲାଗୁ ନ କରିବା ନେଇ ଆଇନରେ ପ୍ରାବଧାନ ରହିଛି । ତେବେ ଏଭଳି ପରିସ୍ଥିତିରେ ସ୍ୱାମୀଙ୍କ ବିରୋଧରେ ବଳାତ୍କାର ମାମଲାରେ ଲାଗୁ ହେବା କାହିଁକି ଯର୍ଥାଥ ନୁହେଁ ଏହା ଉପରେ ଏକ ନ୍ୟାୟମିତ୍ର ଦିଲ୍ଲୀ ହାଇକୋର୍ଟରେ ଶୁକ୍ରବାର ପ୍ରଶ୍ନ ଉଠାଇଛନ୍ତି । ନ୍ୟାୟମିତ୍ର ଯୁକ୍ତି ବାଢ଼ିଛନ୍ତି ଯେ ଆଜିର ଦୁନିଆରେ ଜଣେ ପତ୍ନୀଙ୍କୁ ତା’ର ବଳାତ୍କାରୀକୁ ବଳାତ୍କାର କହିବାର ଅଧିକାରରୁ ବଞ୍ଚିତ କରାଯାଉଛି । ବରଂ ଏହାକୁ ବଳାତ୍କାର ପରିବର୍ତ୍ତେ ଘରୋଇ ହିଂସା ଆଇନ ପରିସରଭୁକ୍ତ କରିବାକୁ କୁହାଯାଉଛି ।

ବୈବାହିକ ବଳାତ୍କାର(Marital Rape) କୁ ଅପରାଧ ପରିସରଭୁକ୍ତ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିବା ମାମଲାରେ କୋର୍ଟକୁ ସହଯୋଗ କରିବା ପାଇଁ ନ୍ୟାୟମିତ୍ର ନିଯୁକ୍ତ କରିଥିବା ବରିଷ୍ଠ ଅଧିବକ୍ତା ରାଜଶେଖର ରାଓ କୁହନ୍ତି ଯେ ପତିଙ୍କର କିଛି ଅଧିକାର ଅଛି ବୋଲି କେହି କହୁନାହାଁନ୍ତି । ଏହାକୁ ନେଇ ଏବେ ହାଇକୋର୍ଟରେ ତର୍ଜମା ଚାଲିଛି ।

rape
P.C : abplive.com

ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କ କୁ ବଳାତ୍କାର ଅପରାଧରୁ ଛାଡ଼ ଦେଇଥାଏ ଆଇନ

ଭାରତୀୟ ଦଣ୍ଡ ସଂହିତା ଧାରା ୩୭୫ (IPC Section 375) ଅନୁଯାୟୀ ନିୟମ ରହିଛି ଯେ ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କକୁ ବଳାତ୍କାର ଅପରାଧ ପରିସରଭୁକ୍ତ କରାଯିବ ନାହିଁ । ତେବେ ପତ୍ନୀଙ୍କ ବୟସ ୧୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ । ଜଷ୍ଟିସ ରାଜୀବ ଶକଘର ଓ ଜଷ୍ଟିସ ସି ହରିଶଙ୍କରଙ୍କ ଖଣ୍ଡପୀଠ ଯୁକ୍ତି କରିଛନ୍ତି ଯେ ‘ଯଦି ଏହି ପ୍ରାବଧାନ ବଳାତ୍କାରକୁ ଅଗ୍ରାହ୍ୟ କରେ ତେବେ ତାହା ଜଣେ ପତ୍ନୀ ବା ମହିଳାଙ୍କ ଅସ୍ତିତ୍ୱ ଉପରେ ମୌଳିକ ଆକ୍ରମଣ ନୁହେଁ କି ? ’

ସେ ଆହୁରି ଯୁକ୍ତି ବାଢ଼ିଥିଲେ ଯେ ଏହା ଯୁକ୍ତି ସାପେକ୍ଷ ଓ ନିସ୍ପକ୍ଷ କି କୌଣସି ପତ୍ନୀଙ୍କ ସହ ଶାରିରୀକ ସମ୍ପର୍କକୁ ବଳାତ୍କାର ଆଇନ ପରିସରରୁ ଛାଡ଼ କରାଯିବା କଥା । ଜଣେ ବ୍ୟକ୍ତି ତାଙ୍କ ବିବାହର ୫ ମିନିଟ ପୂର୍ବରୁ ମହିଳାଙ୍କ ସହ ସମ୍ପର୍କ ରଖିଲେ ବଳାତ୍କାର କୁହାଯାଉଥିବା ବେଳେ ବିବାହ ପରେ ଏହା କିପରି ବଳାତ୍କାର ଅପରାଧ ପରିସରଭୁକ୍ତ ହୁଏନି ତାହା ତର୍ଜମା ସାପେକ୍ଷ । ଏହି ମାମଲାର ଶୁଣାଣି ଜାନୁଆରୀ ୧୭କୁ ରଖାଯାଇଛି ।