ମହଙ୍ଗା ପଡିଲା ଚୋରା ପୀରତି, ଅସଂଯତ ଅବସ୍ଥାରେ ଧରା ପଡିବା ପରେ ମହିଳା ଓ ଯୁବକଙ୍କ ନାକ କାଟିଦେଲେ ଗ୍ରାମବାସୀ

ଉତ୍ତରପ୍ରଦେଶ: ରାମରାଜ୍ୟରେ ତାଲିବାନି ଦଣ୍ଡ। ଏମିତି ଦଣ୍ଡ କେହି କେବେ ପୂର୍ବରୁ ଶୁଣି ନଥିବେ। ଘଟଣା ସମ୍ପର୍କରେ ଯେ କେହି ବି ଶୁଣିବ ତାଜୁବ ହୋଇଯିବ। ଦୁଇ ପ୍ରେମୀଯୁଗଳ ଅସଂଯତ ଅବସ୍ଥାରେ ଧରାପଡିବାରୁ ଗ୍ରାମବାସୀମାନେ ସେମାନଙ୍କୁ  ନିସ୍ତୁକ ମାଡ ମାରି ଲହୁଲୁହାଣ କରିବା ସହ ଉଭୟଙ୍କ ନାକକୁ ମଧ୍ୟ କାଟି ଦେଇଛନ୍ତି। ଯାହା ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ। ଘଟଣାଟି ଘଟିଛି ରାମ ଜନ୍ମଭୂମି ଅଯୋଧ୍ୟା  ଅଞ୍ଚଳରେ ।

ମିଳିଥିବା ସୂଚନା ମୁତାବକ ପଟରଙ୍ଗା ଗାଁର ପିପରାରେ ଜଣେ ବିବାହିତାଙ୍କର ଜଣେ ଅନ୍ୟ ଜାତିର ଯୁବକ କାସିଫଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ମହିଳାଙ୍କର ୫ଟି ସନ୍ତାନ ଥିବା ଜାଣି ମଧ୍ୟ ଯୁବକ ଜଣକ ତାଙ୍କ ସହ ଚୋରା ପୀରତି ଚଳାଇ ଆସୁଥିଲେ। ଯେହେତୁ ମହିଳାଙ୍କ ସ୍ବାମୀ ଦୁବାଇରେ ରହୁନ୍ତି ତେଣୁ ଯୁବକଙ୍କୁ ସୁବିଧା ହୁଏ ମହିଳାଙ୍କ ସହ ଗୋପନରେ ମିଳାମିଶା କରିବା ପାଇଁ। ମହିଳାଙ୍କ ପରିବାର ଲୋକ ଜାଣିବା ପରେ ଗ୍ରାମବାସୀଙ୍କୁ ସବୁ ଘଟଣା କହିଥିଲେ । ପରେ ମହିଳାଙ୍କ ଶ୍ବଶୁର ଓ ଗ୍ରାମବାସୀମାନେ ଉଭୟଙ୍କୁ ଠିକଣା ସମୟରେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କଲେ।

ଗତ ସୋମବାର ଦିନ ଯୁବକ ଜଣକ ବିଳମ୍ବିତ ରାତିରେ ମହିଳାଙ୍କୁ ଦେଖା କରିବାକୁ ଆସି ଘରେ ଥିଲେ। ପୂର୍ବ ଯୋଜନା ମୁତାବକ ଗ୍ରାମବାସୀମାନେ ଉଭୟ ପ୍ରେମୀ ଯୁଗଳଙ୍କୁ ଧରିବା ପାଇଁ ଘରକୁ ଚାରିପଟରୁ  ଘେରି ଯାଇଥିଲେ। ପରେ କବାଟ ଭାଙ୍ଗି ଘରେ ପ୍ରବେଶ କଲା ପରେ ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ ଗ୍ରାମବାସୀ। ସେହି ଅବସ୍ଥାରେ ସେମାନେ ମହିଳା ଓ ଯୁବକକୁ ନିସ୍ତୁକ ମାଡ ମାରିବା ସହ ଉଭୟଙ୍କ ଗୋଡକୁ ବାନ୍ଧି ଦେଇଥିଲେ । ପରେ ଏକ ଧାରୁଆ ଅସ୍ତ୍ରରେ ଉଭୟଙ୍କ ନାକକୁ କାଟି ଦେଇଥିଲେ।

ଏହି ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ରୁଦୌଲି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ଲକ୍ଷ୍ନୌର ଟ୍ରମା ସେଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା। ରୁଦୌଲି ପୋଲିସ ସବଡିଭିଜନର ହେଡ ଧର୍ମେନ୍ଦ୍ର କୁମାର କହିଛନ୍ତି ଯେ ଏଯାବତ ଗ୍ରାମବାସୀ କିମ୍ବା ପୀଡିତଙ୍କ ପକ୍ଷରୁ କିଛି ବି ଅଭିଯୋଗ ଆସି ନାହିଁ । ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Sasmita

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ଦ୍ୱାରା କିଛି ଭୁଲ ହୋଇପାରେ । ଘରେ ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ,…

5 hours ago

ଶ୍ରୀମନ୍ଦିର ପରିସରରେ ଥିବା କୂଅରେ ପଡିଲେ ଶ୍ରଦ୍ଧାଳୁ, ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସୁରକ୍ଷିତ ଉଦ୍ଧାର

ଶ୍ରୀମନ୍ଦିର ପରିସରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଶ୍ରଦ୍ଧାଳୁ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ…

6 hours ago

ବିବାହ ଷ୍ଟେଜ୍‌ରେ କନିଆଁଙ୍କୁ ଚୁମ୍ବନ ଦେଇ ହଟହଟା ହେଲେ ବର

ଉତ୍ତରପ୍ରଦେଶରୁ ସମ୍ନାକୁ ଆସିଛି ଏକ ଅଜବ ଘଟଣା । ବାହାଘର ଚାଲିଥିବା ବେଳେ କନିଆଁକୁ ଚୁମା ଦେଇ ମାଡ଼ ଖାଇଲେ…

8 hours ago

ପୋଲିସ-ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ, ୭ ହାର୍ଡ କୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୋଲିସ ମାଓବାଦୀ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ।…

9 hours ago

ଗାଈର ଡକାରରୁ ତିଆରି ହେଉଛି ହୀରା, କିପରି କାଣନ୍ତୁ…

ଆମ ସଂସ୍କୃତି, ପରମ୍ପରାରେ ଗାଈକୁ ପୂଜା କରାଯାଏ । ଗାଈ ଦେହରେ ଥାଆନ୍ତି ୩୩ କୋଟି ଦେବତା । ସେଥିପାଇଁ…

9 hours ago

୨ ହାତୀଦାନ୍ତ ଜବତ, ୧୧ ଗିରଫ

ରାଉରକେଲା : ୨ ହାତୀଦାନ୍ତ ଜବତ, ୧୧ ଗିରଫ । କୋର୍ଟ ଚାଲାଣ ହେଲେ ଗିରଫ ଅଭିଯୁକ୍ତ । ରାଉରକେଲା…

9 hours ago