୩୦ ଜାନୁଆରୀରେ ୨ ମିନିଟ୍‌ ପାଇଁ ନିଃସ୍ତବ୍ଧ ହୋଇଯିବ ପୂରା ଦେଶ, କେନ୍ଦ୍ର ସରକାର ଜାରିକଲେ ନିର୍ଦ୍ଦେଶ

ପ୍ରତିବର୍ଷ ଜାନୁଆରୀ ୩୦ ତାରିଖ ମହାତ୍ମାଗାନ୍ଧୀଙ୍କ ଶ୍ରାଦ୍ଧ ଦିବସକୁ ସହିଦଙ୍କ ସମ୍ମାନାର୍ଥେ ସହିଦ ଦିବସ ଭାବେ ପାଳନ କରାଯାଉଛି। ମାତ୍ର ଚଳିତବର୍ଷ ସହିଦ ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସ୍ୱାଧୀନତା ଆନ୍ଦୋଳନରେ ଜୀବନକୁ ବଳି ଦେଇଥିବା ସହିଦଙ୍କ ସ୍ମୃତିରେ ଚଳିତବର୍ଷ ସହିଦ ଦିବସରେ ୨ ମିନିଟ୍‌ ନିରବ ରହିବାକୁ କେନ୍ଦ୍ର ତରଫରୁ ଘୋଷଣା କରାଯାଇଛି।

ଜାନୁଆରୀ ୩୦ ତାରିଖ ପାଇଁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ବିଜ୍ଞପ୍ତିରେ ଲେଖାଯାଇଛି, ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିରେ ଦିନ ୧୧ଟା ବେଳେ ସମସ୍ତେ ୨ ମିନିଟ୍‌ ମୌନ ରହିବେ। ଏ ଅବସରରେ ସମସ୍ତ କାମଦାମ, ଶବ୍ଦ ଆଦି ଉପରେ ରୋକ୍‌ ଲଗାଯିବ। ଅର୍ଥାତ୍‌ ପୂରା ଦେଶ ନିଃସ୍ତବ୍ଧ ହୋଇଯିବ।

ସମସ୍ତଙ୍କୁ ଦିନ ୧୦.୫୯ ବେଳେ ଆଲର୍ଟ କରି ଦିଆଯିବ। ଯେଉଁ ସବୁ ସ୍ଥାନରେ ସାଇରନ୍‌ ବ୍ୟବସ୍ଥା ରହିଛି, ସେଠାରେ ସାଇରନ୍‌ ବଜାଇ ଲୋକଙ୍କୁ ଆଲର୍ଟ କରାଯିବ। ଆଉ କିଛି ସ୍ଥାନରେ ଆର୍ମି ଗନ୍‌ରେ ଫାୟାରିଂ କରି ଲୋକଙ୍କୁ ମୌନ ରହିବାକୁ ସନ୍ଦେଶ ଦିଆଯିବ। ନିର୍ଦ୍ଦେଶନାମାରେ କୁହାଯାଇଛି, ପୂର୍ବରୁ ମୌନ ବେଳେ କେତେକ ଅଫିସରେ କାମ ଚାଲୁଥିଲା କିନ୍ତୁ ଏଥରକ ଏହାକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.