ମସୁଦ ଆଝାରକୁ ନେଇ ପାକିସ୍ତାନର ଦୋମୁହାଁ ନୀତି , ଏବେ କହୁଛି ମାସୁଦର କିଡନୀ ଖରାପ

କେନ୍ୟୁଜ୍ : ପଦାକୁ ଆସୁଛି ପାକିସ୍ତାନର ଦୋମୁହାଁ ନୀତି । ଜୈଶ-ଏ- ମହମ୍ମଦର ମୁଖ୍ୟ ମସୁଦ ଆଝାରକୁ ନେଇ ବାରମ୍ବାର ବୟାନ ବଦଳାଉଥିବା ପାକିସ୍ତାନ ପୁଣି ନୂଆ ସୂଚନା ଦେଇଛି। ମାସୁଦର କିଡନୀ ଖରାପ ହୋଇ ଯାଇଥିବା ବେଳେ ତାର ଡାଏଲିସିସ ଚାଲିଥିବା ଜଣାପଡ଼ିଛି। ରାୱଲପିଣ୍ଡିର ଆର୍ମୀ ହସ୍‌ପିଟାଲରେ ସେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡର ନିର୍ଦ୍ଦେଶରେ ପେବୃଆରି ୧୪ତାରିଖରେ ପୁଲୱାମା ଠାରେ ସିଆରପିଏଫ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏଥିରେ ୪୦ଜଣ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ମାଟିରୁ ଜୈଶ ଏ ମହମ୍ମଦର ପରିଚାଳନା କରୁଥିବା ମାସୁଦ ସଂପର୍କରେ ପାକିସ୍ତାନ ଅନେକ ଥର ବୟାନ ବଦଳାଇଛି। ମସୁଦ ସହ ତାର କୌଣସି ସଂପର୍କ ନଥିବା କହି ଆସୁଥିଲା ପାକିସ୍ତାନ। ତେବେ ପୁଲୱାମା ଆକ୍ରମଣ ପରେ ମାସୁଦ ଗୁରୁତର ଅସୁସ୍ଥ ଥିବା ଓ ସେ ଘରୁ ବାହାରିବାକୁ ସକ୍ଷମ ନଥିବା ବୟାନ ଦେଇଥିଲା।