ରାୱଲପିଣ୍ଡି ବିସ୍ଫୋରଣରେ ଆହତ ହୋଇଛି ଆତଙ୍କବାଦୀ ମସୁଦ୍ ଆଝାର !
ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନ ଜୈଶ୍ ଏ ମହମ୍ମଦର ମୁଖ୍ୟ ମସୁଦ୍ ଆଝାରକୁ ନେଇ ଆସିଛି ବଡ଼ ଖବର । ରାଓ୍ଵଲପିଣ୍ଡିରେ ଥିବା ସେନା ଡ଼ାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ୧୦ଜଣ ଅତଙ୍କବାଦୀ ଆହତ ହୋଇଛନ୍ତି । ଆଉ ଏହି ୧୦ଜଣଙ୍କ ଭିତରେ ମାସୁଦ ଆଝାର ଥିବା ନେଇ ସୂଚନା ମିଳିଛି । ବିସ୍ଫୋରଣ ସମୟରେ ମାସୁଦ ଡ଼ାକ୍ତରଖାନା ଭିତରେ ଥିଲା । ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି କ୍ୱେଟାର ମାନବାଧିକାର କାର୍ଯ୍ୟକର୍ତ୍ତା ଅହସାନୁଉଲ୍ହା ମିଆଖେଲ ।
ଅନ୍ୟପଟେ ଆହତଙ୍କୁ ଏବେ ଚିକିତ୍ସା ପାଇଁ ଜରୁରୀ କାଳୀନ ଓ୍ଵାର୍ଡକୁ ପଠାଇ ଦିଆ ଯାଇଛି । ତେବେ ଘଟଣାର ଗୁରୁତ୍ୱକୁ ଦେଖି ଗଣମାଧ୍ୟମକୁ ଘଟଣାସ୍ଥଳକୁ ଯିବା ପାଇଁ ସେନା ପକ୍ଷରୁ ମନା କରାଯାଇଛି । ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ମସୁଦ୍ ଆଝାର । କେବଳ ପୁଲୱାମା ନୁହେଁ ଭାରତରେ ହେଉଥିବା ଅନେକ ବଡ଼ ବଡ଼ ଆତଙ୍କବାଦୀ ହମଲା ପଛରେ ମସୁଦର ହିଁ ହାତ ଥାଏ । କିଛି ମାସ ପୂର୍ବରୁ ତାକୁ ବିଶ୍ୱସ୍ତରର ଆତଙ୍କବାଦୀ ଘୋଷଣା କରାଯାଇଥିଲା ।