ପୁଟିନଙ୍କୁ ବଡ଼ ଝଟକା,ଦକ୍ଷିଣ ରୁଷର କୁର୍ସ୍କ ସହରରେ ଚାଲିଛି ଘମାଘୋଟ୍ ଲଢେଇ

ରୁଷ ୟୁକ୍ରେନ ଯୁଦ୍ଧରେ ପୁଟିନଙ୍କୁ ବଡ଼ ଝଟକା । ରୁଷ ଘରେ ପସି ଆକ୍ରମଣ କଲା ୟୁକ୍ରେନ ସେନା । ଅନେକ ଗ୍ରାମାଞ୍ଚଳକୁ କଲା କବଜା । ରୁଷ ସୀମାନ୍ତବର୍ତ୍ତୀ ୧୦ କିମି ଭିତରକୁ ପସି ଆକ୍ରମଣ କରିଛି ଜେଲେନସ୍କି ବାହିନୀ । ନେଇ ସ୍ପଷ୍ଟ କରିଛନ୍ତି ୟୁକ୍ରେନ ରାଷ୍ଚ୍ରପତି ଭୋଲେଡିମିର ଜେଲେନ୍ ସ୍କି । ଆନ୍ତର୍ଜାତିକ ଗଣମାଧ୍ୟମ ଅନୁଯାୟୀ ୨୦ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଗାଡି ଓ ୧୧ ଟ୍ୟାଙ୍କ ସହିତ ପ୍ରାୟ ୧ ହଜାର ୟୁକ୍ରେନ ସୈନିକ ରୁଷ ସୀମାରେ ପ୍ରବେଶ କରିଛନ୍ତି । ରୁଷର ଅନେକ ଗ୍ରାମାଞ୍ଚଳକୁ କବଜା କରିଛନ୍ତି ୟୁକ୍ରେନ ସେନା ।

ଦକ୍ଷିଣ ରୁଷର କୁର୍ସ୍କ ସହରରେ ଚାଲିଛି ଘମାଘୋଟ୍ ଲଢେଇ । ଦେଶର ୭୬ ହଜାର ଲୋକଙ୍କୁ ଯୁଦ୍ଧଗ୍ରସ୍ତ ଅଞ୍ଚଳ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରୁଷ ରାଷ୍ଟ୍ରପତି । ଆକ୍ଟାବ୍ରାସ୍କୋ ସହରର ୧୫ ସେନାଗାଡି ୟୁକ୍ରେନ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ରୁଷ ସୀମାର ୩୮ କିମି ଦୂରରେ ଏହି ସହର ଅବସ୍ଥିତ ।  ୟୁକ୍ରେନ ଆକ୍ରମଣର ଜବାବ ଦେବାକୁ କୁର୍ସ୍କ ର ବିଭିନ୍ନ ଅଞ୍ଚଳକୁ ଅନେକ ଟ୍ୟାଙ୍କ ଓ ରକେଟ୍ ଲଞ୍ଚର ପଠାଇଛି ରୁଷ ।

ଗତ ପାଞ୍ଚ ଦିନ ଧରି ୟୁକ୍ରେନର ହମଲା ପରେ ରୁଷ ସୀମାନ୍ତବର୍ତ୍ତୀ ଅନେକ ଅଞ୍ଚଳରୁ ଲୋକ ପାଳୟନ କରୁଛନ୍ତି । ୟୁକ୍ରେନର ଏହି ପ୍ରତିଆକ୍ରମଣକୁ ନେଇ ବିଚଳିତ ରୁଷ ରାଷ୍ଟ୍ରପତି । ଏହି ହମଲା ପରେ କୁର୍ସ୍କ ପ୍ରାନ୍ତରେ ଥିବା ଆଣବିକ କେନ୍ଦ୍ରରେ ୟୁକ୍ରେନର ଆକ୍ରମଣ ଭୟ ବଢିଛି । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଏହା ପ୍ରଥମ ଥର ଯେବେ କୌଣସି ଦେଶ ରୁଷ ଭିତରେ ପସି ଏଭଳି ଆକ୍ରମଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.