ଇରାନରେ ବଡ଼ ବିସ୍ଫାରଣ : ୫୧୬ ଆହତ, ବଢିପାରେ ଆହତଙ୍କ ସଂଖ୍ୟା

ଇରାନର ପୋର୍ଟ ବନ୍ଦର ଆବାସ ସହରର ଏକ ବଡ଼ ବିସ୍ଫୋରଣ ହୋଇଛି ।  ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।  ସରକାରୀ ଗଣମାଧ୍ୟମ ଅନୁଯାୟୀ, ବିସ୍ଫୋରଣରେ ୫୧୬ ଜଣ ଆହତ ହୋଇଛନ୍ତି ।  ସୋସିଆଲ ମିଡିଆରେ ବିସ୍ଫୋରଣ ର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ପରେ କିପରି ଆକାଶରେ କଳା ଧୂଆଁର ଏକ ବିରାଟ ମେଘ ଦେଖିବାକୁ ମିଳିଛି । ତେବେ ବିସ୍ଫୋରଣର ୩ ଘଣ୍ଟା ପରେ କୌଣସି ମୃତ୍ୟୁକୁ ଆନୁଷ୍ଠନିକ ଭାବରେ ଘୋଷଣା ହୋଇନାହିଁ ।

ଏହି ବିସ୍ଫୋରଣ ଏକ ଭୟଙ୍କର ବିସ୍ଫୋରଣ ଥିଲା ବୋଲି ପ୍ରାଦେଶିକ ବିପର୍ଯୟ ପରିଚାଳନା ଅଧୀକାରୀ ମେହେରଦ କହିଛନ୍ତି । ତେବେ ଏହି ବିସ୍ଫୋରଣରେ ୫୧୬ କୁ ବଢିଛି ଆହାତଙ୍କ ସଂଖା ।  ଏହି ଆହାତ ମାନଙ୍କୁ ହୋର୍ମଜଗାନ ପ୍ରଦେଶର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  ରାଜାଇ ବନ୍ଦରରେ ଏହି ବିସ୍ଫୋରଣ ହୋଇଛି । ରିଲିଫ ଏବଂ ଉଦ୍ଧାର ଦଳ ଘଟଣାସ୍ଥଳକୁ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।  ପ୍ରାଦେଶିକ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ମେହରଦାଦ ହାସନଜାଦେହ  କହିଛନ୍ତି  ବିସ୍ଫୋରଣରେ ଅନେକ ଲୋକ ଆହତ ହୋଇଛନ୍ତି  ।   ରିଲିଫ୍ କର୍ମୀମାନେ ଘଟଣାସ୍ଥଳକୁ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି, ଯେତେବେଳେ ସେଠାରୁ ଅନ୍ୟ ଲୋକଙ୍କୁ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରିବାକୁ ପ୍ରୟାସ କରାଯାଉଛି ।

ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷ ଏହି ବିସ୍ଫୋରଣର କାରଣକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହାଁନ୍ତି  କିମ୍ବା କୌଣସି ମୃତ୍ୟୁ ହୋଇଥିବା ସୂଚନା  ମିଳିନାହିଁ ।  ଏହି ବନ୍ଦର ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୧,୦୫୦କିଲୋମିଟର ଦକ୍ଷିଣ-ପୂର୍ବରେ ଏବଂ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ନିକଟରେ  ରହିଛି  ଯେଉଁଥିଦେଇ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ତୈଳ ବାଣିଜ୍ୟ ଗତି କରେ ।

ତେବେ ବିସ୍ଫୋରଣର କେନ୍ଦ୍ରସ୍ଥଳ ଏହି ବନ୍ଦରରେ ରଖାଯାଇଥିବା କଣ୍ଟେନରଗୁଡ଼ିକର ଅଞ୍ଚଳ ଥିଲା ।  କଣ୍ଟେନରରେ କ’ଣ ରଖାଯାଇଥିଲା ।  ଯାହା ଫଳରେ ବଡ଼ ବିସ୍ଫୋରଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ସୂଚନାଯୋଗ୍ୟ ଯେ ଏହି ବିସ୍ଫୋରଣ ଏପରି ସମୟରେ ଘଟିଛି ଯେତେବେଳେ ଇରାନ ଏବଂ ଆମେରିକା ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଓମାନରେ ତୃତୀୟ ପର୍ଯ୍ୟାୟ ଆଲୋଚନା ଚାଲିଥିଲା ।  ଏପରି ପରିସ୍ଥିତିରେ ଏହି ଘଟଣାର ରାଜନୈତିକ ଏବଂ ଅନ୍ତର୍ଜାତୀୟ ପ୍ରଭାବ ଉପରେ ମଧ୍ୟ ନଜର ରଖାଯାଇଛି  ।

Also read: ପହଲଗାମ୍ ଆକ୍ରମଣ ପରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ, ଅନନ୍ତନାଗରେ ୧୭୫ ଜଣ ସନ୍ଦିଗ୍ଧ ଅଟକ