ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ, ବଲ୍‌ ଭିତରେ ବିସ୍ଫୋରକ ଭରି ଫୋପାଡିଲା ଦୁର୍ବୃତ୍ତ

ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଭୟଙ୍କର ବିସ୍ଫୋରଣ । ଅମରାବତୀ ସେଣ୍ଟ୍ରାଲ ଜେଲରେ ଦେଶୀ ବୋମା କିମ୍ବା ବଲ୍‌ ଭିତରେ ବାଣ ଭର୍ତ୍ତି କରି ପକାଇବା ପରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ କେହି ମୃତାହାତ ହୋଇଥିବା ଜଣାପଡିନାହିଁ । ଏହି ଘଟଣା ଶନିବାର ବିଳମ୍ବିତ ରାତିରେ ଘଟିଛି । ଘଟଣା ବିଷୟରେ ଜଣାପଡିବା ପରେ ଆତଙ୍କ ଦେଖାଦେଇଥିଲା । ଘଟଣା ପରେ ପୋଲିସ କମିଶନର ନବୀନ ଚନ୍ଦ୍ର ରେଡ୍ଡୀ, ଡିସିପି ସମେତ ଅନ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।

ଘଟଣା ସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଏବଂ ଫରେନ୍ସିକ ଟିମ୍‌ ପହଞ୍ଚିଛି । ପୋଲିସ ମାମଲାର ଯାଞ୍ଚ କରୁଛି । ତେବେ ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି କି, ପ୍ଲାଷ୍ଟିକ କ୍ରିକେଟ ବଲରେ ବାଣ କିମ୍ବା ବିସ୍ଫୋରକ ଭରି ଜେଲ ପଛରେ ଥିବା କାନ୍ଥ ପଟେ କେହି ଜଣେ ପକାଇଛି । ଗୋଟିଏ ବଲ୍‌ ଫାଟିଥିବା ବେଳେ ଅନ୍ୟ ବଲ୍‌ଟି ଫାଟିନାହିଁ । ଯାହାକୁ ପୋଲିସ ଜବତ କରିଛି । ପୋଲିସ ସିସିଟିଭି ଜରିଆରେ ବଲ୍‌ ଫୋପାଡିଥିବା ସନ୍ଦିଗ୍ଧକୁ ଖୋଜୁଛି । ବିସ୍ଫୋରଣରେ କେଉଁ ପ୍ରକାର ବାରୁଦ ଥିଲା, ତାହା ଫରେନ୍ସିକ ଯାଞ୍ଚରୁ ଜଣାପଡିବ ।

ଅମରାବତୀ ପୋଲିସ କମିଶନର ନବୀନ ଚନ୍ଦ୍ର ରେଡ୍ଡୀ କହିଛନ୍ତି, ଘଟଣାକୁ ନେଇ ପ୍ରାରମ୍ଭିକ ଯାଞ୍ଚରେ ଜଣାପଡିଛି କି, ବଲ୍‌ ମାଧ୍ୟମରେ ବାଣ କିମ୍ବା ବୋମା ପକାଯାଇଥିଲା । ଏହାକୁ ପକାଇଥିବା ସନ୍ଦିଗ୍ଧକୁ ଖୋଜା ଚାଲିଛି । ଏହାର ଯାଞ୍ଚ ଚାଲିଛି । ଘଟଣାରେ କେହି ହତାହତ ହୋଇନାହାନ୍ତି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

You might also like