ଦିଲ୍ଲୀ ଚାନ୍ଦିନୀ ଚୌକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ; ନିଆଁରେ ଜଳିଗଲା ଅନେକ ଦୋକାନ, ୪୦ ଦମକଳ ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀ ଚାନ୍ଦିନୀ ଚୌକର ଏକ ମାର୍କେଟ ପ୍ୟାଲେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଅନେକ ଦୋକାନ ବଜାର ପୋଡିଯିବା ସହ ଦୁଇ ମହଲା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ରାତି ୯ .୧୯ ରେ ଅଗ୍ନିଶମ ବିଭାଗ ଏହି ଘଟଣାର ସୂଚନା ପାଇଥିଲା। ପ୍ରାୟ ୪୦ ଟି ଦମକଳ ବାହିନୀ ଘଟଣାସ୍ଥଳରେ ଉପସ୍ଥିତ ରହି ନିଆଁ ଲିଭାଇବା କାମ ଜାରି ରଖିଛନ୍ତି। ଗତକାଲି ରାତିରୁ ଏହି ଅଗ୍ନିକାଣ୍ଡ ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଆୟତ୍ତ କରାଯାଇ ପାରିନାହିଁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ନାହିଁ। ନିଆଁ ଲିଭାଇବା ପାଇଁ ରିମୋଟ କଣ୍ଟ୍ରୋଲ ଅଗ୍ନି ଯୁଦ୍ଧ ଯନ୍ତ୍ର ମଧ୍ୟ ବ୍ୟବହାର କରାଯାଉଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାରୁ ବାହାରିଥିବା ଚିତ୍ର ଭୟଙ୍କର । ଏପରି ପରିସ୍ଥିତିରେ, ଏହା ଅନୁମାନ କରାଯାଇପାରେ ଯେ ଏହି ଦୁର୍ଘଟଣାରେ ବହୁତ କ୍ଷୟକ୍ଷତି ହୋଇଥିବ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ସହ ଜଡିତ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଅନ୍ୟପକ୍ଷେ ଦିଲ୍ଲୀ ଫ୍ୟାୟାର ସର୍ଭିସର ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି ଯେ ଚାନ୍ଦିନୀ ଚୌକରେ ଲାଗିଥିବା ନିଆଁ ବହୁତ ଅଧିକ ଅଛି । ଫଳରେ ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ଆୟତ କରାଯାଇପାରି ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ନିଆଁକୁ ଆୟତ୍ତ କରିବା ବହୁ କଷ୍ଟକର । କାରଣ ଏକା ସହିତ ଅନେକ ଦୋକାନରେ ନିଆଁ ଲାଗିଛି ।ଏଥିସହିତ ୨ ମହଲା କୋଠା ସମ୍ପୂର୍ଣ୍ଣ କ୍ଷତି ଗ୍ରସ୍ତ ହୋଇଛି । ତେବେ ଏହାକୁ ଆୟତ୍ତ କରିବା ପାଇଁ ୪୦ ଟି ଦମକଳବାହିନୀ ନିୟୋଜିତ ଅଛନ୍ତି । କିନ୍ତୁ ଏବେ ବି ସେଠାରେ ସ୍ଥିତି ଗମ୍ଭିର ଅଛି । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଥିସହିତ କେଉଁ କାରଣରୁ ଏହି ଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।
Delhi | Fierce fire broke out in the shops of Bhagirath Palace market of Chandni Chowk. Around 18 to 20 fire tenders rushed to the spot. The process of extinguishing is underway. pic.twitter.com/0dYdKQB7J1
— ANI (@ANI) November 24, 2022
ପୂର୍ବରୁ ଦିଲ୍ଲୀରେ ଅଗ୍ନିକାଣ୍ଡର ଅନେକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁସାରେ ନଭେମ୍ବର ୨ ସକାଳେ ବାହାର ଦିଲ୍ଲୀର ନରେଲା ଅଞ୍ଚଳରେ ପ୍ଲାଷ୍ଟିକତିଆରି କରୁଥିବା କାରଖାନାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣାରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଦ୍ରବ୍ୟ ପୋଡି ପାଉଁଶ ହୋଇଯାଇଛି। ଏବଂ ଅକ୍ଟୋବର ୨୧ ରେ, ରୋହିଣୀ ସେକ୍ଟର -୩ ର ହଲରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଯନ୍ତ୍ରପାତି ସମ୍ପୂର୍ଣ୍ଣ ଭାବେ ପାଉଁଶ ହୋଇଯାଇଥିଲା। ସୌଭାଗ୍ୟ ବଶତଃ ଏହି ଘଟଣାରେ କୌଣସି କ୍ଷତି ହୋଇନଥିଲା।