ହରିଦ୍ବାର କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ,  ଭିତରେ ଫସି ରହିଛନ୍ତି ଅନେକ ଶ୍ରମିକ

ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଇବ୍ରାହିମପୁରରେ ଭୟଙ୍କର ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି । ରବିବାର ଅର୍ଥାତ୍ ଗତ ୬ ତାରିଖର ବିଳମ୍ବିତ ରାତିରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଛି  । ଅଗ୍ନିକାଣ୍ଡରେ କିଛି ଲୋକ ଫସି ରହିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି ।in

ଭୟଙ୍କର ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସେହି ଅଗ୍ନିକାଣ୍ଡରେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି ଏବଂକିଛି ନିଖୋଜ ଥିବା ଆଶଙ୍କା କରାଯାଉଛି ।  ନିଆଁକୁ ଦେଖି ଘଟଣା ସ୍ଥାନରେ ଲୋକାରଣ୍ୟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟକ୍ରମ ଜାରି ରହିଥିଲା । ଦେଶରେ ଅଧିକ ତାପମାତ୍ରା ବୃଦ୍ଧି ହେତୁ ଏହିଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟଣା ବଢିବାରେ ଲାଗିଛି ।

ସୂଚନାଯୋଗ୍ୟ, ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଡିସାରେ ଥିବା ଏକ ଆତସବାଜି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସୂଚନା ମିଳିବା ପରେ ଅଗ୍ନିଶମ ଟିମ୍ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

 

 

Also Read : ଗୁଜରାଟ : ଆତସବାଜି କାରଖାନାରେ ଅଗ୍ନିକାଣ୍ଡ, ୧୮ ମୃତ