ବୁର୍ଜ ଖଲିଫା ନିକଟ ୩୫ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ; ସମସ୍ତ ମହଲାରୁ ବାହାରୁଛି ନିଆଁ ହୁଳା; ଦେଖନ୍ତୁ Video

ଦୁବାଇରେ ବିଶ୍ୱର ସବୁଠାରୁ ଉଚ୍ଚତମ ବିଲ୍ଡିଂ ବୁର୍ଜ ଖଲିଫା ନିକଟରେ ଥିବା ଏକ ୩୫ ମହଲା ଅଟ୍ଟାଳିକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଅଗ୍ନିଶମ ବାହିନୀ ନିଅାଁକୁ ଆୟତ୍ତ କରି ନେଇଛନ୍ତି। କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଲ୍ଡିଂରେ ଲାଗିଥିବା ନିଅାଁର ଭିଡିଓ ଦେଖିଲେ ଲାଗୁଛି, ଯେପରି କୌଣସି ବଡ଼ ମହମବତିରେ ନିଅାଁ ଲାଗିଯାଇଛି। ଅଟ୍ଟାଳିକାର ପ୍ରତ୍ୟେକ ମହଲା ବାଲ୍‌କୋନିରୁ ନିଅାଁ ହୁଳା ବାହାରୁ ଥିବାର ଦେଖାଯାଉଛି। ଏହି ବିଲ୍ଡିଂ ୮ ବୁଲେଓ୍ଵାର୍ଡ ଓ୍ଵାକ୍‌ ନାମକ ଟାଓ୍ଵାରର ଏକ ଅଂଶ।

୨୦୧୫ ମସିହାରେ ମଧ୍ୟ ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଦୁବାଇର ବୁର୍ଜ ଖଲିଫା ନିକଟ ‘ଏଡ୍ରେସ୍‌ ଡାଉନଟାଉନ୍‌’ରେ ନିଅାଁ ଲାଗିଥିଲା। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଦୁବାଇରେ ଏବେ ବୁର୍ଜ ଖଲିଫା ନିକଟରେ ଲାଗିଥିବା ନିଅାଁକୁ କାବୁ କରି ନିଆଯାଇଛି।

ସେହିପରି ଇରାକ୍‌ର ରାଜଧାନୀ ବାଗ୍‌ଦାଦର ବାଣିଜ୍ୟିକ ବିଲ୍ଡିଂରେ ମଧ୍ୟ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ରହିଛି। ଏଥିରେ ୨୮ରୁ ଅଧିକ ଲୋକ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା ଜଣାପଡ଼ି ନାହିଁ। ଏପରି କି, ନିଅାଁ ଲାଗିବାର କାରଣ ବିଷୟରେ ମଧ୍ୟ କୌଣସି ସୂଚନା ନାହିଁ। ରିପୋର୍ଟରୁ ଜଣାପଡ଼ିଛି କି, ବିଲ୍ଡିଂର ୩ରୁ ୨ଟି ମହଲାରେ ନିଅାଁ ଲାଗିବା ଦ୍ୱାରା ବିଲ୍ଡିଂ ଢ଼ଳି ଯାଇଛି। ଏହି ବିଲ୍ଡିଂରେ ପରଫ୍ୟୁମ୍‌ ଭଳି ଜ୍ୱଳନଶୀଳ ସାମଗ୍ରୀ ରହିଥିଲା। ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.