ଶୋଇଥିବା ବେଳେ ଘରେ ଲାଗିଗଲା ନିଆଁ, ଅଣନିଶ୍ବାସୀ ହୋଇ ଚାଲିଗଲା ୩ ପିଲା ସମେତ ଜଣେ ମହିଳାଙ୍କ ଜୀବନ

ଗାଜିଆବାଦର ଲୋନୀରେ ଥିବା କଞ୍ଚନ ପାର୍କ କଲୋନୀରେ ବଡ଼ ଅଘଟଣ ଘଟିଛି । ଏଠାରେ ଥିବା ଏକ ଘରେ ନିଆଁ ଲାଗିବା ଯୋଗୁଁ ୩ ପିଲାଙ୍କ ସମେତ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଧୂଆଁ ଯୋଗୁଁ ଏମାନେ ଅଣନିଶ୍ବାସୀ ହୋଇ ଜୀବନ ଚାଲିଯାଇଥିବା ଜଣାପଡିଛି । ଘଟଣା ସମୟରେ ଘରେ ୮ ଜଣ ଲୋକ ରହିଥିଲେ । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଆଡମିଟ୍ କରାଯାଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ଖବର ମୁତାବକ, ଯେଉଁ ଘରେ ନିଆଁ ଲାଗିଛି, ସେଠାରେ ସିଲେଇ ମେସିନ ଲଗାଇଥିଲା । ସିଲେଇ କାମ ଚାଲିଥିବା ପୋଲିସ ଅନୁମାନ କରୁଛି । ନିଆଁ ଯୋଗୁଁ ୨ ମହଲା ପର୍ଯ୍ୟନ୍ତ ନିଆଁ ଲାଗିଯାଇଥିଲା । ରାତିରେ ନିଆଁ ଲାଗିଥିବା ଯୋଗୁଁ ଶୋଇଥିବା ବେଳେ ଅଣନିଶ୍ବାସୀ ହୋଇ ଲୋକଙ୍କ ଜୀବନ ଚାଲିଯାଇଛି ।

ଘଟଣାରେ ୪ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନଙ୍କୁ ହପସିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଘର ଭିତରେ ୮ ଜଣ ଲୋକ ଶୋଇଥିଲେ । ମୃତକଙ୍କ ମଧ୍ୟରେ ପିଲା ସାମିଲ ରହିଛନ୍ତି ।

ଘଟଣାରେ ମୁଖ୍ୟ ଅଗ୍ନିଶମ ଅଧିକାରୀ କହିଛନ୍ତି, ସୂଚନା ପାଇବା ପରେ ଦମକଳ ଘଟଣା ସ୍ଥଳରେ ପହଞ୍ଚିଥିଲା । ନିଆଁ ଲାଗିବା ଯୋଗୁଁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଅନ୍ୟମାନେ ଅଳ୍ପ ଦଗ୍ଧ ହୋଇଛନ୍ତି । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

Also Read : ଇନ୍ଦୋର ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ କୋଟି ଟଙ୍କାର ବ୍ରାଣ୍ଡେଡ୍ କପଡ଼ା

You might also like