ଦେଶ ବିଦେଶ

ମହାରାଷ୍ଟ୍ର: ଔଷଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତଦେହ ଉଦ୍ଧାର; ଆଉ ୩ ଜଣଙ୍କୁ ଖୋଜୁଛି NDRF ଟିମ୍‌

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)ର ସଦସ୍ୟମାନେ ଏବେ ବି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ନିଖୋଜ ଥିବା ଆଉ ୩ ଜଣଙ୍କୁ ଟିମ୍‌ ଖୋଜାଖୋଜି କରୁଛି।

ରାୟଗଡ଼ ପୋଲିସ କହିଛି ଯେ ଡିଏନ୍‌ଏ ଟେଷ୍ଟ୍‍ ମାଧ୍ୟମରେ ଚିହ୍ନଟ କରିବା ପାଇଁ ନିଖୋଜ ୧୧ ଜଣଙ୍କ ପରିବାର ଲୋକଙ୍କଠାରୁ ନମୁନା ନିଆଯାଇଥିଲା। ନିଆଁ ଲାଗିବା ପରେ ଏହି ୧୧ ଜଣ ନିଖୋଜ ଥିବା ନେଇ ଘୋଷଣା କରାଯାଇଥିଲା। ଏନ୍‌ଡିଆର୍‌ଏଫ୍‌ର ଜଣେ ଅଧିକାରୀ କହିଛନ୍ତି, ମୁମ୍ବାଇଠାରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ଏହି ଘଟଣା ଘଟିଛି। ରାଇଗଡ଼ ଜିଲ୍ଲାର MIDC ମହାଡସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ବ୍ଲୁ ଜେଟ ହେଲ୍‌ଥ କେୟାର’ କାରଖାନାରେ ଶୁକ୍ରବାର ସକାଳ ୧୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା।

ଅଧିକାରୀ ଜଣକ କହିଛନ୍ତି, ଶନିବାର ସକାଳ ୭ଟା ସୁଦ୍ଧା ୪ଟି ମୃତଦେହ ମିଳିଥିଲା ଏବଂ ସନ୍ଧ୍ୟା ସୁଦ୍ଧା ଆଉ ୪ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଅବଶିଷ୍ଟ ୩ ଜଣଙ୍କୁ ଖୋଜିବା ପାଇଁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଅଭିଯାନ ଜାରି ରଖିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଶର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି, ଯେଉଁ କାରଣରୁ ସେଠାରେ ଥିବା ରାସାୟନିକ ପଦାର୍ଥର ବ୍ୟାରେଲ ଫାଟି ଯାଇଥିଲା ଏବଂ ନିଆଁ ଭୟଙ୍କର ରୂପ ନେଇଥିଲା।

Roshni

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

3 mins ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

11 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

25 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

30 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

1 hour ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago