କୁଲର ତିଆରି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କରୁଛି ୩୦ଟି ଦମକଳ ଗାଡି

କୁଲର ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଫ୍ୟାକ୍ଟ୍ରିର ଅଗ୍ନିକାଣ୍ଡ ଦ୍ୱାରା ଆଉ ୩ଟି କାରଖାନାକୁ ନିଆଁ ବ୍ୟାପିଯାଇଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ଜନିତ ସୂଚନା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାସ୍ଥଳରେ ୩୦ଟି ଅଗ୍ନିଶମ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଗ୍ରେଟର ନୋଏଡା ଥାନା ଇକୋଟେକ୍ ୩ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ମାମଲା ସାମ୍ନାକୁ ଆସିଛି । ଏକ କୁଲର ଫ୍ୟାକ୍ଟ୍ରିରୁ ନିଆଁ ବ୍ୟାପିଥିବା ଜଣାଯାଇଛି । ସୂଚନାନୁଯାୟୀ ଫ୍ୟାକ୍ଟ୍ରିର ତାରରେ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । କୁଲର ଫ୍ୟାକ୍ଟ୍ରିରେ ନିଆଁ ଲାଗି ଆଉ ଅନ୍ୟ ୩ଟି ଫ୍ୟାକ୍ଟ୍ରିକୁ ସମ୍ପୂର୍ଣ୍ଣ ରୂପେ ଜାଳିଦେଇଛି । ଏହି ଅଗ୍ନିକାଣ୍ଡରେ ନିଆଁ ଏତେ ମାତ୍ରାରେ ବ୍ୟାପିଥିଲା ଯେ ସେହି ଅଞ୍ଚଳଟି ନିମିଷକ ମଧ୍ୟରେ ଧୂଆଁମୟ ହୋଇ ଦୂରଦୂରାନ୍ତର ପର୍ଯ୍ୟନ୍ତ ଧୂଆଁ ଦେଖାଯାଉଥିଲା ।  ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ଅଗ୍ନିକାଣ୍ଡ ଘଟଣାରେ କାହାରି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ଏଯାବତ ମିଳିନାହିଁ । ଘଟଣାସ୍ଥଳରେ ୩୦ ଦମକଳ ବାହିନୀ ଗାଡି  ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନାଯୋଗ୍ୟ, ଗ୍ରେଟର ନୋଏଡାରେ ଥିବା ଏକ ଛାତ୍ରୀବାସରେ ଲାଗିଛି ନିଆଁ । ନିଆଁ ଲାଗିବା ଯୋଗୁଁ ହଷ୍ଟେଲରେ ଧୂଆଁ ହୋଇଯାଇଥିଲା । ହଷ୍ଟେଲର ଦ୍ୱିତୀୟ ମହଲାର ଏକ କୋଠରୀରେ ଲଗାଯାଇଥିବା ଏସି କମ୍ପ୍ରେସର ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଭିତରେ ଫସି ରହିଥିବା ୪୦ ଜଣ ଛାତ୍ରୀଙ୍କୁ ସିଢି ଦେଇ ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯାଇଥିଲା ।

Also Read : ରେୱାଡିର ହିରୋ କମ୍ପାନୀ ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ ଘଟଣା, ୭ଜଣ ଆହତ ଥିବାବେଳେ ଜଣେ ନିଖୋଜ