ଦିଲ୍ଲୀ : ଜୋତା ଶୋରୁମରେ ଭୟଙ୍କର ଅଗ୍ନିକାଣ୍ଡ, ସବୁକିଛି ପୋଡ଼ି ପାଉଁଶ, ଘଟଣା ସ୍ଥଳରେ ୧୧ ଦମକଳ ଗାଡ଼ି

ଦିଲ୍ଲୀ ଶାହିନବାଗ ଅଞ୍ଚଳରେ ଜୋତା ଶୋରୁମରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ଘଟଣା ସ୍ଥଳରେ ୧୧ଟି ଦମକଳ ଗାଡି ପହଞ୍ଚିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ ।

ଅଗ୍ନିଶମ ଅଧିକାରୀ କହିଛନ୍ତି, ଦମକଳ ବିଭାଗର ୧୧ଟି ଗାଡି ଘଟଣା ସ୍ଥଳରେ ପହଞ୍ଚିଛି । ନିଆଁକୁ ଆୟତ୍ତ କରାଯାଇଛି । ହେଲେ ଜୋତା ଶୋରୁମରେ ଥିବା ସବୁ ଜିନିଷ ପୋଡି ଜଳି ପାଉଁଶ ହୋଇଯାଇଛି । ନିଆଁ ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ, ଏହାର ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ, ଏହାପୂର୍ବରୁ ମାର୍ଚ୍ଚ ୧୫ ତାରିଖରେ ଦ୍ବାରକା ସେକ୍ଟର-୫ର ଲବଲୀ ହାଉସ ଆପାର୍ଟମେଣ୍ଟର ୬ଷ୍ଠ ମହଲାରେ ନିଆଁ ଲାଗିଯାଇଥିଲା । ଏହି ଘଟଣାରେ ଘରୋଇ ଜିନିଷ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ନିଆଁକୁ ଲିଭାଇବା ପାଇଁ ଘଟଣା ସ୍ଥଳରେ ୫ଟି ଦମକଳ ଗାଡ଼ି ଲାଗିଥିଲା । ସେହିଦିନ ସନ୍ଧ୍ୟାରେ ମୂଳଚନ୍ଦ ଫ୍ଲାଏଓଭର ନିକଟରେ ରେଷ୍ଟୁରାଣ୍ଟରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ୪ଟି ଦମକଳ ଗାଡ଼ି ନିଆଁ ଲିଭାଇଥିଲା ।

ସେହିପରି ମାର୍ଚ୍ଚ ୧୧ ତାରିଖରେ ଆନନ୍ଦ ବିହାରର ସେବା ବସ୍ତିରେ ଭୀଷଣ ନିଆଁ ଲାଗିଯାଇଥିଲା । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ଏହି ଘଟଣାରେ ଦିଲ୍ଲୀ ସରକାର ପୀଡିତ ପରିବାରକୁ ୧୦-୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଥିଲା ।

Also Read : ଲଣ୍ଡନର ହିଥ୍ରୋ ଏୟାରପୋର୍ଟରେ ନିଆଁ, ୨୪ ଘଣ୍ଟା ପାଇଁ ବିମାନବନ୍ଦର ବନ୍ଦ, ସମସ୍ତ ବିମାନ ବାତିଲ