ଗାଜିଆବାଦରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ

ଗାଜିଆବାଦ ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଏକ ମଦ ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ୪ଟି ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।
ଖବର ମୁତାବକ, ଅଗ୍ନିକାଣ୍ଡ ରାଜନଗର ଏକ୍ସଟେନସନରୁ ଉତ୍ପନ୍ନ ହୋଇଥିବା ଜଣାପଡିଛି । ଗାଜିଆବାଦ ସହରର ନନ୍ଦଗ୍ରାମ ଥାନା ଅନ୍ତର୍ଗତ ଗୋଟିଏ ମଦ ଦୋକାନରେ ରାଜନଗରର ଏକ୍ସଟେନସନରୁ ନିଆଁ ଲାଗିଥିବା କୁହାଯାଉଛି । ପ୍ରାୟ ରାତି ୧ଟା ସମୟରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, କ୍ଷଣିକ ମଧ୍ୟରେ ଜୋରରେ ନିଆଁ ବ୍ୟାପିଯାଇଥିଲା । ନିଆଁକୁ ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୪ଟି ଗାଡି ପହଞ୍ଚିଥିଲେ । ପ୍ରାୟ ୧ଘଣ୍ଟାର ପରିଶ୍ରମ ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବାହିନୀ ।
ଅନ୍ୟପଟେ ମଦ ଦୋକାନକୁ ଲାଗି ରହିଥିବା ରେଷ୍ଟୁରାଣ୍ଟରେ ମଧ୍ୟ ନିଆଁ ହଠାତ୍ ଲାଗିଯାଇଥିଲା । ଦମକଳ ବାହିନୀର ୨ଟି ଗାଡି ପହଞ୍ଚିଥିଲେ । କିନ୍ତୁ ନିଆଁକୁ ଆୟତ୍ତ ନ ହେବାରୁ ଆଉ ୨ଟି ଅଗ୍ନିଶମ ବାହିନୀ ଗାଡି ଆସି ପହଞ୍ଚିଥିଲେ । ଅଗ୍ନିକାଣ୍ଡରେ କୌଣସି ବ୍ୟକ୍ତିଙ୍କର ଜୀବନହାନି ହୋଇନାହିଁ ବୋଲି ସ୍ପଷ୍ଟ କରିଛି ପୋଲିସ । ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ଘଟଣାକୁ ଯାଞ୍ଚ କରିଛନ୍ତି ।
Also Read : ଅଧା ରନୱେରେ ଏମରଜେନ୍ସୀ ବ୍ରେକ ଲଗାଇ ଅବତରଣ କଲା ବିମାନ, ଅଳ୍ପକେ ବର୍ତ୍ତିଲେ ଉପ ମୁଖ୍ୟମନ୍ତ୍ରୀ ଏବଂ ଡିଜିପି