ଗୁରୁଗାଓଁରେ ଥିବା କିଙ୍ଗଡମ୍ ଅଫ୍ ଡ୍ରିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ, ସବୁକିଛି ପୋଡ଼ି ପାଉଁଶ

ହରିୟାଣା ଗୁରୁଗାଓଁରେ ଥିବା କିଙ୍ଗଡମ୍ ଅଫ୍ ଡ୍ରିମ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ଦମକଳ ବାହିନୀ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । କିଙ୍ଗଡମ୍ ଅଫ୍ ଡ୍ରିମ୍ସର କଲଚର୍ ଗ୍ୟାଲେରୀରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ବିପୁଳି କ୍ଷୟକ୍ଷତି ହୋଇଛି ।

ସୂଚନା ପାଇବା ମାତ୍ରେ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ସକାଳ ୬.୩୦ ମିନିଟରେ ଲାଗିଥିବା ଜଣାପଡିଛି ।  ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେହି ସ୍ଥାନର ନିର୍ମାଣରେ ଫାଇବର ବ୍ୟବହାର କରାଯାଇଥିଲା । ତେଣୁ ଏହା ତୁରନ୍ତ ନିଆଁ ଧରିବାରେ ସହାୟକ ହୋଇଥିଲା ।  ଘଟଣା ସ୍ଥଳରେ ୧୨ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା । ଯେଉଁ ସ୍ଥାନରେ ନିଆଁ ଲାଗିଛି, ସେଠାରେ ୧୪ଟି ରାଜ୍ୟର ଖାଇବା ପରଷା ଯାଉଥିଲା ।

ତେବେ ଭୀଷଣ ନିଆଁ ଯୋଗୁଁ ଗ୍ୟାଲେରୀର ଛାତ ଏବଂ ସଂଲଗ୍ନ ଥିବା କାନ୍ଥ ମଧ୍ୟ ଖସି ପଡିଥିଲା । ଦମକଳ ବାହିନୀ କର୍ମୀ ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ସେଠାରେ ଏହି ଅଘଟଣ ଘଟିଥିଲା । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ।   ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

କଳା ସଂସ୍କୃତି ପାଇଁ ଗୁରୁଗାଓଁର ଏହି ସ୍ଥାନ ପର୍ଯ୍ୟଟନଙ୍କ ଆକର୍ଷଣ ହୋଇପାରିଛି । ଏହା ୨୦୧୦ ମସିହାରେ ଉଦ୍ଘାଟିତ ହୋଇଥିଲା । ଏଥିରେ ଅପେରା ଥିଏଟର ୬ ଏକରରୁ ଅଧିକ ଜମିରେ ଥିମ୍ ପାର୍କଟି ରହିଛି । ସାଂସ୍କୃତିକ କାର୍ଯ୍ୟକଳାପ ସହିତ ଏଠାରେ ବିଭିନ୍ନ ପ୍ରକାର ଖାଦ୍ୟର ବ୍ୟବସ୍ଥା ମଧ୍ୟ ରହିଛି । ଏହି ସ୍ଥାନଟି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିପାରିଛି ।

ସୂଚନାଯୋଗ୍ୟ, ଜୁଲାଇ ୨୦୨୨ରେ ହରିୟାଣାର ସହରୀ ବିକାଶ ପ୍ରାଧିକରଣ କୋଟି କୋଟି ଟଙ୍କାର ବକେୟା ଥିବାରୁ କିଙ୍ଗଡମ୍ ଅଫ୍ ଡିମ୍ସକୁ ସିଲ୍ କରାଯାଇଥିଲା ।

Also Read: ମଧ୍ୟପ୍ରଦେଶ : ଦୁଇଟି ଗାଡ଼ିକୁ ପିଟିଲା ଗ୍ୟାସ୍ ଟ୍ୟାଙ୍କର, ୭ ମୃତ