କେରଳରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ: ଶିଶୁ ସମେତ ୧୯ ମୃତ, ମାଟି ତଳେ ଫସିଛନ୍ତି ୧୦୦ରୁ ଅଧିକ

ନୂଆଦିଲ୍ଲୀ : କେରଳର ୱାୟନାଡ଼ରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନ ।  ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ମାଟି ତଳେ ଫସି ରହିଛନ୍ତି ।  ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ସୂଚନା ।  ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଛି ରେସକ୍ୟୁ ଅପରେସନ୍ । ଉଦ୍ଧାର କାର୍ଯ୍ୟ ପାଇଁ ତାମିଲନାଡ଼ୁରୁ ୨ଟି ଏୟାରଫୋର୍ସ ହେଲିକପ୍ଟର ପହଞ୍ଚିଛି । ୱାୟନାଡ ଜିଲ୍ଲାର ମେପ୍ପଡି, ମୁଣ୍ଡକ୍କଇ ଟାଉନ ଏବଂ ଚରୁମ ମାଲାରେ ହୋଇଛି ଭୂସ୍ଖଳନ ।

ସୂଚନା ଅନୁସାରେ ଆଜି ଭୋରୁ ଦୁଇ ଦୁଇଟି ଭୂସ୍ଖଳନ ଘଟିଛି । ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟା ୧୦ରେ ଆଉ ଏକ ଭୂସ୍ଖଳନ ଘଟିଥିଲା । ଭୂସ୍ଖଳନ ହେତୁ ୧୦୦ରୁ ଅଧିକ ଲୋକ ଆବର୍ଜନା ତଳେ ଫଶି ରହିଛନ୍ତି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ସେନାର ଦୁଇଟି ହେଲିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି। ସେପଟେ ମୃତକଙ୍କ ମଧ୍ୟରେ ୨ ଛୋଟ ପିଲାଙ୍କ ସମେତ ୧୯ ଜଣ ଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କୁ ଓ୍ୱାଇନାଡର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅନ୍ୟପଟେ  ସ୍କୁଲରେ ଚିଲିଥିବା ଶିବିର, ଆଖପାଖ ଘର ଏବଂ ଦୋକାନରେ ହଠାତ୍ ପାଣି ପଶିବା ସହ କାଦୁଅ ଭର୍ତ୍ତି ହୋଇଥିଲା । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜରୁରୀକାଳୀନ ସହାୟତା ପାଇଁ ହେଲପ୍ ଲାଇନ୍ ନମ୍ବର ଜାରି ହୋଇଛି ।  ଅନେକ ଲୋକ ମାଟି ତଳେ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି । ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

You might also like