୩୦ ଦେଶ ଦେଖୁଛି ଭାରତ ଶକ୍ତି, ଭାରତର ୩ ସେନାର ମିଳିତ ସମରାଭ୍ୟାସ

୩୦ ଦେଶ ଦେଖୁଛି ଭାରତ ଶକ୍ତି । ଭାରତର ୩ ସେନାର ମିଳିତ ସମରାଭ୍ୟାସ । ରାଜସ୍ଥାନ ଜୟସାଲମେର ସ୍ଥିତ ପୋଖରାନ ଫାୟାରିଂ ରେଞ୍ଜରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଜଳ, ସ୍ଥଳ ଓ ବାୟୁ ସେନା ।

୩୦ ଦେଶ ଦେଖୁଛି ଭାରତ ଶକ୍ତି । ଭାରତର ୩ ସେନାର ମିଳିତ ସମରାଭ୍ୟାସ । ରାଜସ୍ଥାନ ଜୟସାଲମେର ସ୍ଥିତ ପୋଖରାନ ଫାୟାରିଂ ରେଞ୍ଜରେ ଶକ୍ତି ପ୍ରଦର୍ଶନ କରୁଛନ୍ତି ଜଳ, ସ୍ଥଳ ଓ ବାୟୁ ସେନା । ସମରାଭ୍ୟାସର ନାଁ ରହିଛି ‘ଭାରତ ଶକ୍ତି’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୦ ଦେଶର ପ୍ରତିନିଧି ଭାରତର ସାମରିକ ଶକ୍ତି ଦେଖୁଛନ୍ତି । ସମରାଭ୍ୟାସରେ ଆତ୍ମନିର୍ଭର ଭାରତର ଝଲକ ଦେଖିବାକୁ ମିଳିଛି ।

ଭାରତର ନିଜସ୍ବ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ପ୍ରଦର୍ଶିତ ହେଉଛି । T-90 (IM) ଟ୍ୟାଙ୍କ, ଧନୁଶ ଏବଂ ସାରଙ୍ଗ ଗନ୍ ସିଷ୍ଟମ, ଆକାଶ ୱେପନ ସିଷ୍ଟମ, ଲଜିଷ୍ଟିକ ଡ୍ରୋନ, ରୋବୋଟିକ ମୁଲ୍ସ, ALH ଏବଂ ବିଭିନ୍ନ ମାନବବିହୀନ ଏରିଅଲ ଭେହିକିଲ ଏଥିରେ ସାମିଲ ହୋଇଛି । ନୌସେନା ଆଣ୍ଟି ସିପ୍ ମିଶାଇଲ ପ୍ରଦର୍ଶନ କରିବ । ବାୟୁସେନା ଦେଖାଇବ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ବିମାନ ଓ ହେଲିକପ୍ଟରର ପରାକ୍ରମ ।