ଚିଲ୍ଲିକୁ ଗିଳୁଛି ଜଙ୍ଗଲ ନିଆଁ, ମୃତ୍ୟୁ ସଂଖ୍ୟା ୧୦୦ ପଟିଲା
ଚିଲ୍ଲିକୁ ଗିଳୁଛି ଜଙ୍ଗଲ ନିଆଁ। ମୃତ୍ୟୁ ସଂଖ୍ୟା ୧୦୦ ପଟିଲା । ଆହୁରି ବଢ଼ିବା ଆଶଂକା ରହିଛି। ବହୁ ଲୋକ ନିଖୋଜ ଅଛନ୍ତି । ଏହି ଦକ୍ଷିଣ ଆମେରିକୀୟ ଦେଶରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଘରଦ୍ଵାର ଜଳି ଯାଉଛି । ଚିଲିର ଉପକୂଳବର୍ତ୍ତୀ ସହର ଗୁଡ଼ିକରେ ଭୟଙ୍କର ସ୍ଥିତି।

ଚିଲ୍ଲି: ଚିଲ୍ଲିକୁ ଗିଳୁଛି ଜଙ୍ଗଲ ନିଆଁ। ମୃତ୍ୟୁ ସଂଖ୍ୟା ୧୦୦ ପଟିଲା । ଆହୁରି ବଢ଼ିବା ଆଶଂକା ରହିଛି। ବହୁ ଲୋକ ନିଖୋଜ ଅଛନ୍ତି । ଏହି ଦକ୍ଷିଣ ଆମେରିକୀୟ ଦେଶରେ ଭୟଙ୍କର ଭାବେ ବ୍ୟାପୁଛି ଜଙ୍ଗଲ ନିଆଁ । ଘରଦ୍ଵାର ଜଳି ଯାଉଛି । ଚିଲିର ଉପକୂଳବର୍ତ୍ତୀ ସହର ଗୁଡ଼ିକରେ ଭୟଙ୍କର ସ୍ଥିତି।
ଦୁଇଟି ପର୍ଯ୍ୟଟନ ସହର ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ଲୋକେ ତାଙ୍କ ଘରଦ୍ବାର ଛାଡ଼ି ପଳାଇ ଯାଉଛନ୍ତି । ହଜାର ହଜାର ସଂଖ୍ୟାରେ ଘର ଜଳି ପୋଡ଼ି ପାଉଁଶ ହୋଇ ଗଲାଣି । ଚିଲିରେ ଏହା ସବୁଠାରୁ ବଡ଼ ଅଗ୍ନି ବିପର୍ଯ୍ୟୟ ବୋଲି କୁହାଯାଉଛି । ଇମର୍ଜେନ୍ସୀ ଜାରି ହୋଇଛି । ନିଆଁ ଦ୍ରୁତ ଗତିରେ ବ୍ୟାପୁଥିବାରୁ ପରିସ୍ଥିତି ଆହୁରି ଅଣାୟତ୍ତ ହେବ। ବିପର୍ଯ୍ୟୟ ବଢ଼ିପାରେ ବୋଲି ଚେତାବନୀ ଶୁଣାଇଛନ୍ତି ଚିଲି ରାଷ୍ଟ୍ରପତି ଗାବ୍ରିଏଲ ବୋରିକ ।