ଋଷର ଆର୍ଥିକ ବ୍ୟବସ୍ଥାକୁ ଲାଗିଲା ବଡ ଝଟକା ! ଭିସା ଓ ମାଷ୍ଟର କାର୍ଡର ସେବା ବନ୍ଦ

ନୂଆଦିଲ୍ଲୀ : ଲଗାତାର ଭାବରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ଋଷ କରୁଥିବା ଆକ୍ରମଣକୁ ରୋକିବାକୁ ଆମେରିକା ସମତେ ଅନେକ ବଡ ବଡ ଦେଶମାନେ ଆର୍ଥିକ ପ୍ରତିବନ୍ଧକ ଲଗାଇ ଋଷର ଅର୍ଥ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଭିସା ଏବଂ ମାଷ୍ଟରକାର୍ଡ ମଧ୍ୟ ଋଷରେ ସେବା ବନ୍ଦ କରିବାକୁ ଘୋଷଣା କରିଛନ୍ତି । ଏହି କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ରୁଷିଆ ବ୍ୟାଙ୍କଗୁଡିକ ଦ୍ୱାରା ଜାରି କରାଯାଇଥିବା ମାଷ୍ଟରକାର୍ଡ ଏବଂ ଭିସା କାର୍ଡ ଆଉ ଦେଶ ବାହାରେ କାମ କରିବ ନାହିଁ।

ଭିସା ଶନିବାର ଦିନ ଏକ ବଡ ବିବୃତ୍ତି ଦେଇଛି ଯେ ତତ୍କାଳ ପ୍ରଭାବ ସହିତ ରୁଷିଆରେ ଆମର ସେବା ବନ୍ଦ କରୁଛୁ। ଭିସାର ବୟାନ ମୁତାବକ ଏହି ପ୍ରତିବନ୍ଧକ ପରେ ଋଷୀୟ ବ୍ୟାଙ୍କମାନେ ସେମାନଙ୍କ ଗ୍ରାହକଙ୍କୁ ଦେଇଥିବା ଏହି ଭିସା କାର୍ଡ ଏବେ ସେମାନେ ଦେଶ ବାହାରେ ବ୍ୟବହାର କରିପାରିବେ ନାହିଁ । ଏଥିସହ ଭିସା ରାଷ୍ଟ୍ରପତି ତଥା ସିଇଓ ଅଲ କେଲି ଏକ ବିବୃତ୍ତିରେ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଅପ୍ରାକୃତିକ ଆକ୍ରମଣ ଘଟଣା ପରେ ଆମେ ଏହି କାର୍ଯ୍ୟ କରିବାକୁ ବାଧ୍ୟ। ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ହେତୁ ରୁଷ ଏବଂ ଏହାର ଲୋକଙ୍କ ଉପରେ ଆର୍ଥିକ ଚାପ ବଢାଇବା ପାଇଁ ବିଶ୍ୱର ଅନ୍ୟାନ୍ୟ କମ୍ପାନୀ ମଧ୍ୟ ପଦକ୍ଷେପ ନେଇଛନ୍ତି। ଏହି ଯୁଦ୍ଧ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚାଲିଥିବା ଅଭିଯାନ ପାଇଁ ବିପଦ।

ମାଷ୍ଟରକାର୍ଡ ଶନିବାର ଦିନ ଏକ ବିବୃତ୍ତି ଜାରି କରି କହିଛି ଯେ ରୁଷିଆ ବ୍ୟାଙ୍କଗୁଡିକ ଦ୍ୱାରା ଜାରି କରାଯାଇଥିବା କାର୍ଡଗୁଡ଼ିକ ଆଉ ଏହାର ନେଟୱାର୍କ ମାଧ୍ୟମରେ କାମ କରିବ ନାହିଁ। କେବଳ ସେତିକି ନୁହେଁ ଦେଶ ବାହାରେ ବି ଋଷୀୟ ବ୍ୟାଙ୍କମାନେ ଯେଉଁ ଭିସା କାର୍ଡ ଜାରି କରିଛନ୍ତି ତାହା ଋଷର କୌଣସି ଷ୍ଟୋର ବା ଏଟିଏମରେ କାମ କରିବ ନାହିଁ । ମାଷ୍ଟରକାର୍ଡ ଏହାର ବିବୃତ୍ତିରେ କହିଛନ୍ତି ଯେ ଆମେ ଏହି ନିଷ୍ପତ୍ତିକୁ ହାଲୁକା ଭାବେ ଗ୍ରହଣ କରୁନାହୁଁ।

 

ଆହୁରି ପଢନ୍ତୁ : ରୁଷ-ୟୁକ୍ରେନ ଯୁଦ୍ଧ: ଖାରକିଭ୍‌ ଷ୍ଟେସନରେ ମାଳ ମାଳ ମୁଣ୍ଡ; ପାଦ ରଖିବାକୁ ନାହିଁ ଜାଗା! ସୋସିଆଲ ମିଡିଆରେ ଭାଇରାଲ ହେଉଛି ପ୍ଲାଟଫର୍ମର ଫଟୋ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.