ଚଳନ୍ତା କାରରେ ଗଣଦୁଷ୍କର୍ମ ବଦଳରେ ଖାଲି ଦୁଷ୍କର୍ମ ବୋଲି ଲେଖି ତଦନ୍ତ କଲା ପୋଲିସ, ରାଗରେ ବିଷ ପିଇଦେଲେ ପୀଡ଼ିତା

ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି ଚଳନ୍ତା କାରରେ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ପୀଡ଼ିତା। ନ୍ୟାୟ ନ ମିଳିବାରୁ ସେ ନିଜ ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ବିଷ ପିଇ ଜୀବନ ନେଇଯିବାକୁ ଚେଷ୍ଟା କରିଥିଲେ ପୀଡ଼ିତା। କିନ୍ତୁ ସୌଭାଗ୍ୟବଶତଃ ତାଙ୍କ ଜୀବନ ବଞ୍ଚିଯାଇଛି। ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ସହ କେବଳ ଦୁଷ୍କର୍ମ ହୋଇ ନାହିଁ, ଗଣଦୁଷ୍କର୍ମ ହୋଇଛି। ଚଳନ୍ତା କାର ଭିତରେ ମଣିଷ ରୂପୀ ରାକ୍ଷସମାନେ ତାଙ୍କୁ ଖିନ୍‌ଭିନ୍‌ କରି ପକାଇଲେ। କିନ୍ତୁ ପୋଲିସ ମାମଲା ରୁଜୁ କଲା ଖାଲି ଦୁଷ୍କର୍ମର। ଏବେ ଗଣଦୁଷ୍କର୍ମ ରୂପେ ନୁହେଁ, ଦୁଷ୍କର୍ମ ଭାବେ କେସ୍‌ର ତଦନ୍ତ ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା। ତେବେ ବିଷ ପିଇବା ପରେ ପୀଡ଼ିତାଙ୍କୁ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନାନୁସାରେ, ଦୁଇ ଦିନ ପୂର୍ବରୁ ମଥୁରାର ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରାଯାଇଥିଲା। ଯୁବତୀ ଆଗ୍ରାରେ ପୋଲିସରେ ନିଯୁକ୍ତି ପାଇଁ ପରୀକ୍ଷା ଦେବାକୁ ଯାଇଥିଲେ। ପୋଲିସର କହିବାନୁସାରେ, ହରିୟାଣାର ଜଣେ ଯୁବକ ଏହି କାଣ୍ଡ ଭିଆଇଛି। ଏହି ଯୁବକକୁ ଯୁବତୀ ଜଣକ ଫେସ୍‌ବୁକ୍‌ ଜରିଆରେ ଚିହ୍ନିଥିଲେ। ସେ ଆଗ୍ରାରେ ତାଙ୍କୁ ପ୍ରଥମ ଥର ପାଇଁ ଭେଟିବାକୁ ଆସିଥିଲେ ଓ କାରରେ ବସାଇ ଡ୍ରଗ୍ସ ଶୁଂଘାଇ ଦେଇଥିଲେ। ଫଳରେ ଯୁବତୀ ଜଣକ ବେହୋସ୍‌ ହୋଇ ଯାଇଥିଲେ। ଏହା ପରେ ସାଙ୍ଗମାନଙ୍କ ସହ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଚାଲିଯାଇଥିଲେ।

ଏବେ ପୀଡ଼ିତା ବିଷ ପିଇବା ଘଟଣା ଜଣାପଡ଼ିବା ପରେ ଆଗ୍ରାର ପୋଲିସ ଆଇଜି କୋସିକଲାନ୍‌ରେ ପହଞ୍ଚି ପୀଡ଼ିତାଙ୍କ ବୟାନ ନେଇଛନ୍ତି। ଅନ୍ୟପଟେ ପୋଲିସ ଗ୍ୟାଙ୍ଗ୍‌ ରେପ୍‌ର ମୁଖ୍ୟ ଅଭିଯୁକ୍ତ ତେଜବୀରଙ୍କୁ ଗିରଫ କରିଛି ଓ ଘଟଣାରେ ବ୍ୟବହୃତ କାର ମଧ୍ୟ ଜବତ କରିଛି। ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ।

ପୀଡ଼ିତାଙ୍କ ପରିବାର ମୁତାବକ, ପୋଲିସ ଏହି ଗଣଦୁଷ୍କର୍ମ ମାମଲାକୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା କହି ମାମଲାକୁ ବଦଳାଇ ଦେଇଛି। ତେବେ ଏହି ମାମଲାରେ ସ୍ଥାନୀୟ ଥାନାଧିକାରୀଙ୍କ ପ୍ରତିକ୍ରିୟା ଏବେ ଯାଏଁ ମିଳିପାରିନାହିଁ। ଅନ୍ୟପଟେ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଆଗ୍ରା ଆଇଜି ତାଙ୍କୁ ଭେଟି ଅବସ୍ଥା ପଚାରି ବୁଝିବା ସହ ନ୍ୟାୟ ଦେବାକୁ ଆଶ୍ୱାସନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.