ମାଟ୍ରିକ ଫେଲ୍ କିନ୍ତୁ କରୋନା ସମୟରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ସହ ଖେଳୁଥିଲେ ଖେଳ, ଏବେ ଗିରଫ

ଝାଡ଼ଖଣ୍ଡର ଲୋହରଦଗାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମନାକୁ ଆସିଛି । ୧୦ମ ଫେଲ୍ ହୋଇ ଡାକ୍ତର ସାଜିଥିବା ଓ ରୋଗୀ ଚିକିତ୍ସା କରୁଥିବା ନକଲି ଡାକ୍ତରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରଶାସନର ଟିମ୍ ମାଟ୍ରିକ ଫେଲ୍ ଜଣେ ନକଲି ଡାକ୍ତରକୁ ଗିରଫ କରି ଜେଲ ପଠାଇ ଦେଇଛି ଏବଂ କରୋନା ସମୟରେ ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ଏହି ନକଲି ଡାକ୍ତରଙ୍କର କ୍ଲିନିକ୍କୁ ସିଲ୍ କରିଦିଆ ଯାଇଛି ।

ଲହରଦଗା କୁଡୁର ଉଡୁମୁଡୁ ବାରିଡିହ ଗାଁରେ ସଞ୍ଚାଳିତ ସେବା ସଦନ ପଲି କ୍ଲିନିକ୍ ନାମରେ ନକଲି କ୍ଲିନିକ୍କୁ ୨୪ ମଇରେ ଏସ୍ଡିଓଙ୍କ ନିର୍ଦ୍ଦେଶର ପ୍ରଶାସନ ସିଲ୍ କରିଦେଇଛି । ସେଠାରେ କ୍ଲିନିକ୍ ଚଳାଉଥିବା ମାଟ୍ରିକ ଫେଲ୍ ନକଲି ଡାକ୍ତର କୁଡୁର ବାରିଡିହ ମିଲ୍ଲତନାଗର ନିବାସୀ ମନସୁର ଅନସାରୀଙ୍କୁ ଗିରଫ କରି ନିଆଯାଇଛି ।

ଏହି କ୍ଲିନିକ୍ରୁ ୨ଟି ଅକ୍ସିଜେନ୍ ସିଲିଣ୍ଡର, ୬ଟି ବେଡ୍ ଓ ବହୁ ମାତ୍ରାରେ ଇଞ୍ଜେକ୍ସନ ଓ ବ୍ୟବହାର କରାଯାଇଥିବା ସିରିଞ୍ଜ୍ ଜବତ କରାଯାଇଛି। ଏଠାରେ ଚିକିତ୍ସିତ ହେଉଥିବା ୩ଜଣ ପୁରୁଷ ଓ ଜଣେ ମହିଳା ରୋଗୀଙ୍କୁ ପ୍ରଶାସନ ୧୦୮ ଗାଡ଼ିରେ ସଦର ହସ୍ପିଟାଲ ଲୋହରଦଗାକୁ ପଠାଇ ଦେଇଛି ।

ସୂଚନା ଅନୁଯାୟୀ, ଗତ ବର୍ଷେ ହେଲାଣି କ୍ଲିନିକ ଖୋଲି ରୋଗୀ ଚିକିତ୍ସା କରୁଥିଲେ। ଘଟଣା ସ୍ଥଳରେ ତାଙ୍କୁ କିଛି ଔଷଧର ସ୍ଲିପ୍ ପଢ଼ିବାକୁ ଦିଆଯାଇଥିଲା, ସେ ଏହାକୁ ପଢ଼ି ପାରିନଥିଲେ । ଏହା ପରେ ତାଙ୍କର କ୍ଲିନିକ୍ ଓ ସଂପୃକ୍ତ ଡାକ୍ତର ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ନେଇ ଡାକ୍ତରଙ୍କୁ ଗିରଫ କରିବା ସହ କ୍ଲିନିକକୁ ସିଲ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.