ଲାଇଭ୍ ସୋ’ରେ ମହିଳା ଆଇନଜିବୀଙ୍କ ଉପରେ ହାତ ଉଠାଇଲେ ମୌଲବୀ ! ରେକର୍ଡ଼ ହେଲା ଭିଡ଼ିଓ, ଦେଖିଲା ସାରା ଦୁନିଆ

ନୂଆଦିଲ୍ଲୀ : ନିକଟ ଅତୀତରେ ଲାଇଭ ସୋ’ରେ ନ୍ୟୁଜ୍ ଆଙ୍କରଙ୍କ ଝଗଡ଼ାକୁ ନେଇ ବିଭିନ୍ନ ପ୍ରକାରର ଖବର ଆସିଥିଲା । ପୁଣି ସେହିଭଳି ଆଉ ଏକ ଘଟଣା ନିକଟରେ ନଜର ଆସିଛି। ଏକ ହିନ୍ଦି ଚ୍ୟାନେଲରେ ବିତର୍କର ସିଧାପ୍ରସାରଣ ସମୟରେ ମୌଲାନା ମୁଫତି ଏଜାଜ୍ ଅରସଦ କସାମୀ ସେଠାରେ ଉପସ୍ଥିତ ମହିଳା ଆଇନଜିବୀ ଉପରେ ହାତ ଉଠାଇଥିଲେ। ଚ୍ୟାନେଲଟି ଲାଇଭ୍ ଥିବାରୁ ସଂପୂର୍ଣ୍ଣ ଘଟଣାଟି ସର୍ବସାଧାରଣକୁ ଆସିଥିଲା। ତେବେ ଘଟଣାସ୍ଥଳରେ ତୁରନ୍ତ ପୁଲିସ ପହଞ୍ଚି ଅଭିଯୁକ୍ତ ମୌଲବୀଙ୍କୁ ଗିରଫ କରି ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

ସୂଚନା ଅନୁଯାୟୀ, ଚ୍ୟାନେଲଟିରେ ତିନି ତଲାକ ଉପରେ ଆଲୋଚନା କରାଯାଉଥିଲା। ତିନି ତଲାକର ବିରୋଧ କରୁଥିବା ନିଦା ଖାନଙ୍କୁ ଫତୱା ଜାରୀ କରିବା ବିଷୟକୁ ନେଇ ବିତର୍କ ଚାଲୁରହିଥିଲା। ଯେଉଁଥିରେ କ୍ରୋଧିତ ହୋଇ ଲାଇଭ୍ ସୋରେ ମୌଲବୀ ଆଇନଜିବୀଙ୍କ ଉପରେ ହାତ ଉଠାଇଥିଲେ। କାରଣ ଆଇନଜୀବୀ ଫରାହ କେଜ୍, ନିଦା ଖାନଙ୍କର ବହୁ ସମର୍ଥନ କରୁଥିଲେ। ମୌଲବୀଙ୍କୁ ତୁରନ୍ତ ଗିରଫ କରାଯାଇଥିଲେ ମଧ୍ୟ ଏଥିପାଇଁ ତାଙ୍କର କୌଣସି ପଶ୍ଚତାପ ନଥିଲା। ସେ ଆଇନଜିବୀଙ୍କୁ କ୍ଷମା ପ୍ରାର୍ଥନା କରିନଥିଲେ।

ଉତ୍ତରପ୍ରଦେଶର ସିୟା ସେଣ୍ଟ୍ରାଲ୍ ଅଫ୍ ବୋର୍ଡ଼ର ଅଧକ୍ଷ ସେୟଦ ବସିମ୍ ରିଜବି କହିଛନ୍ତି ମୌଲବୀଙ୍କ ଏହି କାରନାମ ମୁସଲିମ୍ ପର୍ସନାଲ ଲ ବୋର୍ଡ଼ର ବାସ୍ତବିକତା ଜଣାପଡ଼ୁଛି। ଏଥି ସହ ମୌଲବୀଙ୍କର ଏପରି ମହିଳାଙ୍କ ପ୍ରତି ବ୍ୟବହାର ତାଙ୍କୁ ସର୍ବସମ୍ମୁଖରେ ଲଜ୍ଜିତ କରିଛି।

video credit :-Zee Hindustan

Leave A Reply

Your email address will not be published.