ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ । ମୋଦିଙ୍କ ହାଟ୍ରିକ ଆକଳନ କରିଛନ୍ତି ବିଭିନ୍ନ ଏଗଜିଟ ପୋଲ୍ ସଂସ୍ଥା । କିନ୍ତୁ ୪୦୦ ପାର କରି ପାରିବନି ଏନଡିଏ । ଯାହା ଏନଡିଏର ନାରା ଥିଲା । ‘ଅବ କି ବାର ୪୦୦ ପାର୍’ ନାରା ପୋଲ୍ ମାରିବ। ପୋଲ୍ ଅଫ୍ ପୋଲ୍ସ କହୁଛି ୩୬୧ ଆସନ ପାଇବ ଏନଡିଏ । ୧୪୫ ଆସନ ବିରୋଧୀ ମେଣ୍ଟ ଇଣ୍ଡିଆ ଖାତାକୁ ଯିବ । ଅନ୍ୟାନ୍ୟ ୩୭ ଆସନ ପାଇବେ। ଏଗଜିଟ ପୋଲ୍ ସଂସ୍ଥା ଜନ କି ବାତ୍ ଆକଳନ କରିଛି ଏନଡିଏ ୩୬୨ରୁ ୩୯୨ ଆସନ ପାଇ ବ। ଇଣ୍ଡିଆ ମେଣ୍ଟ ୧୪୧ରୁ ୧୬୧ ଆସନ ପାଇବ। ଅନ୍ୟାନ୍ୟ ୧୦ ରୁ ୨୦ ସିଟ୍ ପାଇବେ।

ଇଣ୍ଡିଆ ନ୍ୟୁଜ୍ -ଡି-ଡାଇନାମିକ୍ସ ଆକଳନ କରିଛି ଏନଡିଏ ୩୭୧ ସିଟ୍ ପାଇବ । ଇଣ୍ଡିଆ ମେଣ୍ଟ ୧୨୪ ଆସନରେ ସନ୍ତୁଷ୍ଟ ରହିବ। ଅନ୍ୟାନ୍ୟ ୪୭ ସିଟ୍ ପାଇବେ। ଦୈନିକ ଭାଷ୍କର ଇଣ୍ଡିଆ ମେଣ୍ଟକୁ ସବୁଠୁ କମ ସିଟ୍ ଦେଇଛି । ଏହି ସଂସ୍ଥାର ଏନଡିଏକୁ ୨୮୧ ରୁ ୩୫୦ ସିଟ୍ ଦେଇଛି। ଇଣ୍ଡିଆ ମେଣ୍ଟ ୧୪୫ ରୁ ୨୦୧ ଆସନ ପାଇବ। ସେହିପରି ନ୍ୟୁଜ ନେସନ ଏନଡିଏକୁ ୩୪୨ ରୁ ୩୭୮ ସିଟ୍ ଦେଇଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୫୩ ରୁ ୧୬୯ ସିଟ୍ ଦେଇଛି। ରିପବ୍ଲିକ ଟିଭି ଏନଡିଏକୁ ୩୫୯ ସିଟ୍ ଦେଇଥିବା ବେଳେ ବିରୋଧୀ ମେଣ୍ଟକୁ ୧୫୪ ସିଟ୍ ଦେଇଛି। ସେହିଭଳି ଇଣ୍ଡିଆ ଟିଭି ଆକଳନ ଅନୁସାରେ ଏନଡିଏ ୩୭୧ ରୁ ୪୦୧ ଆସନ ପାଇବ। ଇଣ୍ଡିଆ ମେଣ୍ଟ ପାଇବ ୧୦୯ ରୁ ୧୩୯। ବିଭିନ୍ନ ଏଗଜିଟ ପୋଲର ଆକଳନ ଅନୁସାରେ ମଧ୍ୟପ୍ରଦେଶ, ଗୁଜରାଟ, ଦିଲ୍ଲୀ, ଛତିଶଗଡ଼, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ବିଜେପି କ୍ଲିନ୍ ସୁଇପ କରିବ। ବିହାରେ ୨୦୧୯ ତୁଳନାରେ କମିବ ଏନଡିଏର ଆସନ ସଂଖ୍ୟା । ଏଠାରେ ୧୦ ଟି ସିଟ୍ ନେଇପାରେ ଇଣ୍ଡିଆ ମେଣ୍ଟ । ଏଠାରେ ଏନଡିଏକୁ ୨୯ରୁ ୩୩ ଆସନ ମିଳିପାରେ।

ମହାରାଷ୍ଟ୍ରରେ ମଧ୍ୟ ୨୦୧୯ ତୁଳନାରେ କମିବ ସିଟ୍ ସଂଖ୍ୟା। ମହାରାଷ୍ଟ୍ରରେ ୪୮ ଲୋକସଭା ଆସନରୁ ଏନଡିଏ ମେଣ୍ଟକୁ ୨୮ରୁ ୩୨ ଆସନ ମିଳିପାରେ। ବିରୋଧୀ ଇଣ୍ଡିଆ ମେଣ୍ଟକୁ ୧୬ରୁ ୨୦ ଆସନ ଏବଂ ଅନ୍ୟାନ୍ୟ ୦ରୁ୨ଟି ଆସନ ପାଇ ପାରନ୍ତି। ଅନ୍ୟପଟେ ମମତାଙ୍କ ଗଡ଼ରେ ଏଥର ପଦ୍ମ ଫୁଟିବ। ପଶ୍ଚିମବଙ୍ଗରେ ୪୨ ଆସନରୁ ଏଥର ବିଜେପି ୨୬ ରୁ ୩୧ ଆସନ ନେଇପାରେ। ମମତାଙ୍କ ଟିଏମସି ୧୧ ରୁ ୧୪ ଏବଂ କଂଗ୍ରେସ ଓ ବାମମେଣ୍ଟକୁ ୦ରୁ୨ଟି ଆସନ ମିଳିପାରେ। କେରଳରେ ଏଥର ଖାତା ଖୋଲିପାରେ ବିଜେପି। ଏଠି ଏନଡିଏକୁ ୨ ରୁ ୩ଟି ସିଟ୍ ମିଳିପାରେ। ଥିରୁଅନନ୍ତପୁରମରେ ହାରି ଯାଇପାରନ୍ତି କଂଗ୍ରେସ ଭେଟେରାନ ଶଶୀ ଥରୁର। ସେହିପରି ଆନ୍ଧ୍ର ପ୍ରଦେଶରେ ବଡ଼ ଫାଇଦାରେ ରହିବ ଏନଡିଏ ମେଣ୍ଟ। ମୋଟ ୨୫ ସିଟରୁ ଏନଡିଏ ମେଣ୍ଟକୁ ୨୧ ରୁ ୨୩ ସିଟ୍ ମିଳିପାରେ।

You might also like