ଡାକ୍ତର ହେବା ପାଇଁ ଯୁକ୍ତ୨ରେ ‘ବାୟୋଲୋଜି’ ପଢ଼ିବା ଜରୁରୀ ନୁହେଁ, ଜାରି ହେଲା ନୂଆ ନିୟମ
‘ବାୟୋଲୋଜି ବା ଜୀବ ବିଜ୍ଞାନ’ ନ ପଢ଼ିଲେ ବି ହୋଇପାରିବେ ଡାକ୍ତର। ଡାକ୍ତର ହେବା ପାଇଁ ଏଣିକି ଯୁକ୍ତ୨ରେ ଦରକାର ହେବ ନାହିଁ ବାୟୋଲୋଜି ପାଠ। କାରଣ, ଏବେ ଯେଉଁ ପିଲାମାନେ ଏକାଦଶ ଏବଂ ଦ୍ୱାଦଶରେ ଗଣିତ ପାଠ ପଢ଼ିବେ, ସେମାନେ ମଧ୍ୟ ଭବିଷ୍ୟତରେ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍ମିଶନ ନେଇପାରିବେ।
‘ବାୟୋଲୋଜି ବା ଜୀବ ବିଜ୍ଞାନ’ ନ ପଢ଼ିଲେ ବି ହୋଇପାରିବେ ଡାକ୍ତର। ଡାକ୍ତର ହେବା ପାଇଁ ଏଣିକି ଯୁକ୍ତ୨ରେ ଦରକାର ହେବ ନାହିଁ ବାୟୋଲୋଜି ପାଠ। କାରଣ, ଏବେ ଯେଉଁ ପିଲାମାନେ ଏକାଦଶ ଏବଂ ଦ୍ୱାଦଶରେ ଗଣିତ ପାଠ ପଢ଼ିବେ, ସେମାନେ ମଧ୍ୟ ଭବିଷ୍ୟତରେ ଡାକ୍ତରୀ ପାଠ୍ୟକ୍ରମରେ ଆଡ୍ମିଶନ ନେଇପାରିବେ। ଅର୍ଥାତ୍ ସେମାନଙ୍କୁ ଡାକ୍ତର ହେବାର ମଉକା ମିଳିବ। ଏଥିପାଇଁ ନୂଆ ଗାଇଡ୍ଲାଇନ ଜାରି କରିଛି ନ୍ୟାସନାଲ୍ ମେଡିକାଲ୍ କାଉନସିଲ୍ (NMC)।
ନୂଆ ଗାଇଡ୍ଲାଇନ ଅନୁସାରେ, ଏକାଦଶ-ଦ୍ୱାଦଶରେ PCB (ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜି) ଏବଂ PCM (ଫିଜିକ୍ସ, କେମେଷ୍ଟ୍ରୀ, ଗଣିତ), ଏହି ଦୁଇଟି ଷ୍ଟ୍ରିମ୍ର ଛାତ୍ରଛାତ୍ରୀ NEET UG ପରୀକ୍ଷାରେ ସାମିଲ ହୋଇପାରିବେ। ଅବଶ୍ୟ, PCMରେ ଦ୍ୱାଦଶ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ବିଷୟ ରୂପେ ‘ବାୟୋଟେକ୍ନୋଲୋଜି’ ପରୀକ୍ଷା ଦେବାକୁ ପଡ଼ିବ।
NMCର ଗାଇଡ୍ଲାଇନରେ କୁହାଯାଇଛି, ଯେଉଁ ଛାତ୍ରଛାତ୍ରୀ ଅତିରିକ୍ତ ବିଷୟ ଇଂରାଜୀ ସହିତ ଫିଜିକ୍ସ, କେମେଷ୍ଟ୍ରୀ ଓ ବାୟୋଲୋଜି/ ବାୟୋଟୋକ୍ନୋଲୋଜିରେ ଦ୍ୱାଦଶ ପାସ୍ କରିଛନ୍ତି, ସେମାନେ NEET UG ପରୀକ୍ଷାରେ ବସିବା ପାଇଁ ଯୋଗ୍ୟ ହେବେ। ଭାରତରେ ଏମ୍ବିବିଏସ୍ ଏବଂ ବିଡିଏସ୍ ପାଠ୍ୟକ୍ରମରେ ଆଡ୍ମିଶନ ପାଇଁ NEET ପରୀକ୍ଷା ବାଧ୍ୟତାମୂଳକ ରହିଛି।
କହି ରଖୁଛୁ, ଏହାପୂର୍ବରୁ ଏମ୍ବିବିଏସ୍ ଏବଂ ବିଡିଏସ୍ରେ ଆଡ୍ମିଶନ ପାଇଁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଇଂରାଜୀ ସହିତ ଫିଜିକ୍ସ, କେମେଷ୍ଟ୍ରୀ ଓ ବାୟୋଲୋଜିରେ ୨ ବର୍ଷ ନିୟମିତ ଅଧ୍ୟୟନ ବାଧ୍ୟତାମୂଳକ ଥିଲା।