ଋଷିଆରେ ବନ୍ଦ ହେଲା ମ୍ୟାକଡୋନାଲ୍ଡସ୍, ଷ୍ଟାରବକ୍ସ, କୋକାକୋଲା, ପେପସିକୋ ଏବଂ ଜେନେରାଲ୍ ଇଲେକ୍ଟ୍ରିକ୍ ବ୍ୟବସାୟ

ମ୍ୟାକଡୋନାଲ୍ଡସ୍, ଷ୍ଟାରବକ୍ସ, କୋକାକୋଲା, ପେପସିକୋ ପରି ସର୍ବଭାରତୀୟ ବ୍ରାଣ୍ଡ୍ ନିଜର ବ୍ୟବସାୟକୁ ଅସ୍ଥାୟୀ ରୂପେ ଋଷିଆରେ ବନ୍ଦ କହିଛନ୍ତି। ଏହି ସବୁ ଦାମୀ କମ୍ପାନୀମାନେ କହିଛନ୍ତି ଯେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଦୁଃଖଦାୟକ । ତେଣୁ ନିଜର ବ୍ୟବସାୟକୁ ସାମୟିକ ଭାବରେ ସ୍ଥଗିତ ରଖିବା ପାଇଁ ଏହି ବଡ଼ କମ୍ପାନୀ ଗୁଡ଼ିକ ଘୋଷଣା କରିଛନ୍ତି।

ମ୍ୟାକଡୋନାଲ୍ଡର ସିଇଓ କ୍ରିସ କେମ୍ପଜିନସ୍କି ନିଜର କର୍ମଚାରୀଙ୍କୁ ଏକ ଖୋଲା ଚିଠିରେ କହିଛନ୍ତି ୟୁକ୍ରେନରେ ଅବସ୍ଥା ଅସହନୀୟ। ତେଣୁ ଏପରି ସମୟରେ ଆମେ ୟୁକ୍ରେନ ବାସୀଙ୍କ ଦୁଃଖ ଦେଖିପାଇବୁ ନାହିଁ। ଋଷରେ ଆମେ ଅସ୍ଥାୟୀ ଭାବରେ ନିଜ କମ୍ପାନୀ ଦ୍ରବ୍ୟକୁ ବ୍ୟାନ୍ କରୁଛୁ। ଏମିତିକି ଚିକଗୋ ସ୍ଥିତ ବର୍ଗର ଜିଆଣ୍ଟ କହିଛି ଯେ ଏହା ସାମୟିକ ଭାବରେ ଋଷରେ ୮୫୦ ଟି ଷ୍ଟୋର୍‌ ବନ୍ଦ କରିବ କିନ୍ତୁ ଋଷର ୬୨,୦୦୦ କର୍ମଚାରୀଙ୍କୁ ଦରମା ଦେବ।

McDonald's
Picture Credit- Money control

ଷ୍ଟାରବକ୍ସ ମଧ୍ୟ ନିଜର କଫି ଷ୍ଟୋର ଋଷିଆରେ କିଛି ସମୟ ପାଇଁ ବନ୍ଦ ରଖିବାକୁ ନିଷ୍ପତି ନେଇଛି। ଋଷରେ ଥିବା ସବୁ ଷ୍ଟୋରକୁ ବନ୍ଦ କରିଛି ଆମେରିକା। ଏହି କମ୍ପାନୀମାନେ କ୍ଷଣସ୍ଥାୟୀ ଭାବେ ଋଷରେ ନିଜର ଷ୍ଟୋର ବନ୍ଦ କରିବା ପରେ ଋଷିଆ ଅର୍ଥନୀତିରେ ଏହା ବଡ଼ ପ୍ରଭାବ ପକାଇବ ବୋଲି କୁହାଯାଉଛି। କାରଣ ଅନେକ ବଡ଼ ବଡ଼ କମ୍ପାନୀ ଋଷିଆରେ ନିଜର ପ୍ରଡକ୍ଟ ବିକ୍ରି କରିବା ପାଇଁ ପ୍ରତିବନ୍ଧକ ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.