ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତାଙ୍କ ପରଲୋକ, କିଛି ଦିନ ହେଲା ଥିଲେ ଅସୁସ୍ଥ

ହାଇଦ୍ରାବଦ : ମିଡିଆ ବାରୋନ ରାମୋଜୀ ରାଓଙ୍କ ପରଲୋକ । ୮୭ ବର୍ଷ ବୟସରେ ହାଇଦ୍ରାବଦର ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । ରାମୋଜୀ ଫିଲ୍ମସିଟି ଓ ଇଟିଭି ନେଟୱର୍କର ପ୍ରତିଷ୍ଠାତା ଥିଲେ ରାମୋଜୀ ରାଓ । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଆଜି ଭୋର ୪ଟା ୫୦ ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି ।

ତେଲୁଗୁ ଦେଶମ ପାର୍ଟି ନେତା ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟମାନେ ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଗଣମାଧ୍ୟମ ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ରାମୋଜି ରାଓ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମା ରାଓ ଏବଂ ଚନ୍ଦ୍ରବାବୁ ନାଇଡୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ରାଜନୈତିକ ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କ ନିକଟତରଥିଲେ। ଇଟିଭି ନେଟୱାର୍କ ବ୍ୟତୀତ ସେ ଉତ୍ପାଦନ କମ୍ପାନୀ ଉଷାକିରନ ମୁଭିଜ୍‌ର ନେତୃତ୍ୱ ନେଇଥିଲେ। ସେ ପ୍ରାୟ ୫୦ ଟି ଚଳଚ୍ଚିତ୍ର ଏବଂ ଟେଲିଫିଲ୍ମ ନିର୍ମାଣ କରିଥିଲେ। ସେ ଏକ ଜାତୀୟ ପୁରସ୍କାର ଏବଂ ଦୁଇଟି ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ରାମୋଜି ଫିଲ୍ମ ସିଟି ହାଇଦ୍ରାବାଦରେ ଶହ ଶହ ଏକର ଉପରେ ବ୍ୟାପିଛି, ଯେଉଁଠାରେ ଏପର୍ଯ୍ୟନ୍ତ ହଜାର ହଜାର ଚଳଚ୍ଚିତ୍ରର ସୁଟିଂ କରାଯାଇ ସାରିଛି ।

You might also like