ଆଠ ମାସ ଧରି ପେଟ କଷ୍ଟରେ ପୀଡିତ ଥିଲେ ମହିଳା, ଏକ୍ସ ରେ ପରେ ସାମ୍ନାକୁ ଆସିଲା ଡାକ୍ତରଙ୍କ କଳା କାରନାମା

ଅପରେସନ୍ ପରେ ମହିଳାଙ୍କ ପେଟରେ ଛାଡିଦେଲେ ଟାୱେଲ୍ । ସାମ୍ନାକୁ ଆସିଛି ବିହାରରେ ଜଣେ ଡାକ୍ତରଙ୍କ ଖାମଖିଆଲି ମନୋଭାବ । ଏବେ ଆଠ ମାସ ପରେ ଟାୱେଲକୁ ଅପରେସନ୍ କରି ବାହାର କରିଛନ୍ତି ଆଉ ଜଣେ ଡାକ୍ତର ।

ସୂଚନା ଅନୁସାରେ, ପ୍ରାୟ ଆଠ ମାସ ତଳେ ପେଟ ଅପରେସନ୍ ପାଇଁ ଡାକ୍ତରଖାନାକୁ ଯାଇଥିଲେ ସ୍ଥାନୀୟ ଜଣେ ମହିଳା । ତେବେ ଅପରେସନ୍ ପରେ ଘରକୁ ଆସିଯାଇଥିଲେ ମହିଳା ଜଣକ । କିନ୍ତୁ ତାପରଠୁ ଧୀରେ ଧୀରେ ତାଙ୍କ ପେଟରେ କଷ୍ଟ ହେବା ଆରମ୍ଭ ହୋଇଥିଲା । ଅନେକ ଡାକ୍ତରଙ୍କୁ ଦେଖାଇଲେ ଅନେକ ଔଷଧ ଖାଇଲେ ହେଲେ କୌଣସି ଫଳ ମିଳିନଥିଲା । ଏହା ପରେ ଏକ୍ସ ରେ କରିବାକୁ ତାଙ୍କ ପେଟରେ କିଛି ଥିବା ଜଣା ପଡିଥିଲା ।

ଅପରେସନ୍ କରିବାରୁ ମହିଳାଙ୍କୁ ପେଟ ଭିତରୁ ବାହାରିଥିଲା ଟାୱେଲ୍ । ସେହି ଟାୱେଲ୍ ଯାହାକୁ ଆଠ ମାସ ତଳେ ଅପରେସନ୍ ସମୟରେ ଡାକ୍ତର ଛାଡି ଦେଇଥିଲେ ତାଙ୍କ ପେଟରେ । ଟେଟ୍ରା ନାମକ ଏହି ମେଡିକେଟେଡ୍ ଟାୱେଲକୁ ଅପରେସନ୍ ସମୟରେ ବ୍ୟବହାର କରାଯାଇଥାଏ । ତେବେ ଡାକ୍ତର ଜଣକ ଏହାକୁ ମହିଳାଙ୍କ ପେଟରେ ଛାଡି ଦେଇଥିଲେ । ତେବେ ଏହି ଟାୱେଲ ଯୋଗୁଁ ମହିଳାଙ୍କ ଅନ୍ତ ର ଅନେକ ଭାଗ ସଢି ଯାଇଥିଲା । ଯାହାକୁ ଅପରେସନ୍ ପରେ ଠିକ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.