ଖୋଲୁଛି ଗୁମର, ସୌରଭକୁ ହତ୍ୟା କରିବା ପରେ ସାହିଲ ସହିତ କେକ୍ କାଟି ହୋଲି ଖେଳିଲା ମୁସ୍କାନ

ଧିରେ ଧିରେ ଖୋଲୁଛି ମର୍ଚ୍ଚାଣ୍ଟ ନେଭି ଅଫିସର ସୌରଭ ହତ୍ୟାକାଣ୍ଡର ଗୁମର । ମୁସ୍କାନର ଷଡଯନ୍ତ୍ର ପଛର ରହସ୍ୟର ଖୁଲାସା ହେବାରେ ଲାଗିଛି ।  ସୌରଭଙ୍କୁ ହତ୍ୟା କରିବା ପରେ ମୁସ୍କାନ ପ୍ରେମିକ ସାହିଲ ସହିତ କେକ୍ କାଟିବା ସହିତ ହୋଲି ଖେଳୁଥିବାର ନଜର ଆସିଛି ।

ମୁସ୍କାନ ସ୍ବାମୀ ସୌରଭଙ୍କୁ ମାରିବା ପରେ ହିମାଚଳ ପ୍ରଦେଶରେ ବୁଲୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।  ଭିଡିଓରେ ଦୁହେଁ କେକ୍ କାଟି ପରସ୍ପରକୁ ଖୁଆଇଥିବାର ନଜର ଆସିଥିବା ବେଳେ ଦୁହେଁ ହୋଲି ମଧ୍ୟ ଖେଳିଛନ୍ତି । ଯାହାର ଭିଡିଓ ଭାଇରଲ ହେଉଛି । ତେବେ ଭିଡିଓର ସତ୍ୟାସତ୍ୟ ଏଯାଏଁ ମିଳିନାହିଁ । ।

ନିଷ୍ଠୁର ସ୍ତ୍ରୀ ମୁସ୍କାନର କିଛି ଫଟୋ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ କି ମୁସ୍କାନ ବରଫର ମଜା ନେଉଥିବାର ଦେଖିବାକୁ ମିଳିଛି । ସୌରଭ ସହ ୯ ବର୍ଷ ପର୍ଯ୍ୟନ୍ତ ରହିବା ପରେ ମଧ୍ୟ ସ୍ବାମୀର ଜୀବନ ନେବାକୁ ପଛାଇଲା ନାହିଁ ମୁସ୍କାନ । ସ୍ବାମୀର ହତ୍ୟା ପରେ ନିଷ୍ଠୁର ସ୍ତ୍ରୀ ଖୁସି କରିବା ପାଇଁ ଶିମଲା, ମନାଲିରେ ବରଫ ସହିତ ଖେଲୁଥିବାର ଭିଡିଓ ଦେଖିବାକୁ ମିଳୁଛି ।

ସୂଚନାକ୍ରମେ, ମୃତକ ସୌରଭଙ୍କ ମା ମୁସ୍କାନ ଏବଂ ତାଙ୍କ ପରିବାର ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।  ମୁସ୍କାନ ପରିବାରର ଚଳଣୀ ହିସାବରେ ଚଳୁନଥିଲେ ବୋଲି ସୌରଭଙ୍କ ମା’ ରେଣୁ ଦେବୀ କହିଛନ୍ତି । ଏହାସହ ତାଙ୍କ ପୁଅ ସୌରଭର ହତ୍ୟାକାଣ୍ଡ ପଛରେ ମୁସ୍କାନର ପରିବାର ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

ମୁସ୍କାନ ଏବଂ ସାହିଲ ଦୁହେଁ ମିଶି ତାଙ୍କ ପୁଅକୁ କଳାଯାଦୁ କରିଛନ୍ତି ବୋଲି ଦାବି କରିଛନ୍ତି ରେଣୁ ଦେବୀ । ତନ୍ତ୍ରମନ୍ତ୍ର ଦ୍ବାରା ତାଙ୍କ ପୁଅ ସୌରଭକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ଏହା ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ପୁଅର ମୃତ୍ୟୁର କାରଣ ମଧ୍ୟ କଳାଯାଦୁ । ଉଭୟେ ସାହିଲ ଏବଂ ମୁସ୍କାନ ତନ୍ତ୍ରମନ୍ତ୍ର କରନ୍ତି ବୋଲି କହିଛନ୍ତି ରେଣୁଦେବୀ । ଅନ୍ୟପଟେ ମୁସ୍କାନର ମା, ବାପା ମଧ୍ୟ ସାହିଲ ଉପରେ ଗୁଣିଗାରେଡିର ଅଭିଯୋଗ ଲଗାଇଛନ୍ତି ।  ଏହା ମଧ୍ୟ କହିଛନ୍ତି, ସାହିଲ ତନ୍ତ୍ରମନ୍ତ୍ର କରି ତାଙ୍କ ଝିଅକୁ ତା କବଜାରେ ରଖିଥିଲା ।

ସୂଚନାଯୋଗ୍ୟ, ମେରଟ ଇନ୍ଦିରାନଗରରେ ସୌରଭ ଓ ତାଙ୍କ ପତ୍ନୀ ମୁସ୍କାନ ଏବଂ ୫ବର୍ଷର ଝିଅ ରହୁଥିଲେ । ଦୁହିଁଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରିବା ପରେ ୨୦୧୬ରେ ପ୍ରେମ ବିବାହ କରିଥିଲେ ।  ଗତ ମାର୍ଚ୍ଚ ୪ ତାରିଖରେ ସୌରଭ ମେରଟ ଆସିଥିଲେ । ତାଙ୍କ ପତ୍ନୀ ମୁସ୍କାନ ୧୦ ଦିନ ପୂର୍ବରୁ ସ୍ବାମୀଙ୍କ ସହିତ ବୁଲିବାକୁ ହିମାଚଳ ପ୍ରଦେଶ ଯିବେ ବୋଲି ପଡୋଶୀଙ୍କୁ କହିଥିଲେ । ଏହାପରେ କେହି ବି ଦୁହିଁଙ୍କୁ ଦେଖିନଥିଲେ । ଦୀର୍ଘଦିନ ଧରି କେହି ନ ଦେଖିବାକୁ ସନ୍ଦେହ ଜାତ ହୋଇଥିଲା । ସ୍ୱାମୀଙ୍କୁ ହତ୍ୟା କରିବା ପରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ଏକ ଡ୍ରମରେ ରଖି ସିମେଣ୍ଟ କଂକ୍ରିଟ୍ ରେ ଘୋଡାଇ ଦେଇଥିଲା  ମୁସ୍କାନ   ।

Also Read : ସୌରଭ ବହୁତ ଭଲ ପାଉଥିଲା, ଆମ ଝିଅ ହିଁ ବଦମାସ, ତାକୁ କଠୋର ଦଣ୍ଡ ମିଳୁ : ମୁସ୍କାନଙ୍କ ମା’ ବାପା