ମିରଟର ବହୁ ଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ : ହତ୍ୟାକାରୀରୁ ମାତାଜୀ ପାଲଟିଛି ମୁସ୍କାନ୍, ଜେଲରେ ସୁନ୍ଦରକାଣ୍ଡ ପାଠ କରୁଛି ଓ ଧାର୍ମିକ ଗୀତରେ ନାଚୁଛି

ଜେଲରେ ସ୍ବାମୀ ହତ୍ୟା ଅଭିଯୁକ୍ତ ମୁସ୍କାନ ସୁନ୍ଦରକାଣ୍ଡ ପାଠ କରୁଛି, ଧାର୍ମିକ ଗୀତରେ ନାଚୁଛି । ଏପଟେ ମୁସ୍କାନ ତାର ଝିଅ ପିହୁକୁ ଭେଟିବାକୁ ଚାହୁଁଛି ବୋଲି ଜେଲ୍ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ବେଶ୍ କିଛି ଦିନ ଧରି ସୌରଭ ହତ୍ୟା ମାମଲା ଚର୍ଚ୍ଚାରେ ରହିଛି । ସୌରଭଙ୍କ ସ୍ତ୍ରୀ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲଙ୍କୁ ଭିଡିଓ କନଫରେନ୍ସସିଂ ଜରିଆରେ ଆଜି କୋର୍ଟରେ ହାଜର କରାଯାଇଛି । ଦୁଇ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ୧୪ଦିନ ପାଇଁ ପଠା ଯାଇଥିଲା । ୧୪ ଦିନ ବିତିବା ପରେ ଉଭୟଙ୍କୁ ପ୍ରଥମ କରି କୋର୍ଟରେ ହାଜର କରାଯାଇଛି । ଏହି ମାମଲାର ଚାର୍ଜସିଟ୍ ତୁରନ୍ତ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିବା ପାଇଁ ପୋଲିସ୍ ପୂରା ଦମରେ ଲାଗିଛି ।
ଖବର ମୁତାବକ, ମୁସ୍କାନ ଓ ତାର ପ୍ରେମିକ ସାହିଲ ୩ ମାର୍ଚ୍ଚ ରାତିରେ ସୌରଭଙ୍କ ଛାତିକୁ ଛୁରୀରେ ଭୁସିବା ସହ ବେକ କାଟି ହତ୍ୟା କରିଥିଲା ମୁସ୍କାନ । ୧୯ ମାର୍ଚ୍ଚରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । ପରେ ପୁଣି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆ ଯାଇଥିଲା । ଆଜି ଉଭୟଙ୍କୁ ଜେଲରେ ଭିଡିଓ କନଫରେନ୍ସସିଂ ଜରିଆରେ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କ ହାଜତ ମିଆଦ ଆଉ ୧୪ ଦିନ ବଢ଼ାଇ ଦିଆଯାଇଛି । ଦୁହିଁଙ୍କୁ ଗୋଟିଏ ରୁମରେ ରଖି ହାଜର କରାଯାଇଥିଲା । ଦୁହେଁ ଗୋଟିଏ ରମରେ କିଛି ସମୟ ରହିଥିଲେ ମଧ୍ୟ ସେମାନେ ପରସ୍ପରକୁ ଚାହିଁ ନଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫ ତାରିଖରେ ହେବ ।
ଅନ୍ୟପଟେ ନିଶା ଛାଡିବା ପରେ ସେମାନେ ସେମାନଙ୍କ ଭୁଲକୁ ବୁଝି ପାରିଛନ୍ତି ବୋଲି ପୋଲିସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ନିଶା ନିବାରଣ ଚିକିତ୍ସାକୁ ଆହୁରି ୧୫ ଦିନ ବାକି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୁସ୍କାନଙ୍କ ପରିବାର ଲୋକ ତାଙ୍କୁ ଭେଟିବାକୁ ଆସି ନାହାନ୍ତି । କିନ୍ତୁ ଯଦି କାହାର ପରିବାର ଲୋକ ଭେଟିବାକୁ ଆସନ୍ତି ତେବେ ନିୟମ ଅନୁସାରେ ଭେଟି ପାରିବେ ବୋଲି ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
ଆହୁରି ମଧ୍ୟ ଜେଲ୍ ଅଧିକାରୀଙ୍କ ସୂଚନା ଅନୁସାରେ ସାହିଲ ଜେଲ୍ ଭିତରେ ଚାଷ କାମ କରିବାକୁ ଏବଂ ମୁସ୍କାନ ସିଲେଇ ଶିଖିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ନିଜ ସ୍ତ୍ରୀ ଏବଂ ପିଲାଙ୍କ ଜନ୍ମଦିନ ପାଳନ ପାଇଁ ଲଣ୍ଡନରୁ ମିରଟକୁ ଆସିଥିଲେ । ଧୁମଧାମରେ ଝିଅର ଜନ୍ମଦିନ ପାଳନ କରିଥିଲେ । କିନ୍ତୁ ତାଙ୍କ ସ୍ତ୍ରୀ ସୌରଭଙ୍କ ପାଇଁ କାଳ ସାଜିଲା । ହତ୍ୟାକାଣ୍ଡ ରାତିରେ ସୌରଭଙ୍କୁ ନିଦ ଔଷଧ ଦେଇ ସ୍ତ୍ରୀ ଏବଂ ପ୍ରେମିକ ସାହିଲ ମିଶି ତାଙ୍କୁ ହତ୍ୟା କରିଥିଲେ । ଦୁହିଁଙ୍କ ପ୍ରେମ ସମ୍ପର୍କରେ ସୌରଭ ବାଧା ଦେଉଥିବାରୁ ତାଙ୍କୁ ଜୀବନରୁ ମାରି ଦେବାର ନିଷ୍ପତ୍ତି ନେଇଥିଲେ ବୋଲି ଉଭୟ ଅଭିଯୁକ୍ତ ପୋଲିସ ଆଗରେ ପ୍ରକାଶ କରିଛନ୍ତି ।
Also Read : ଚିଲ୍ଲୀ ରାଷ୍ଟ୍ରପତିଙ୍କ ଭାରତଗସ୍ତ, ପ୍ରଥମେ ଆସି ମୋଦିଙ୍କୁ ଭେଟିଲେ ବୋରିକ