ମେହବୁବା ମୁଫ୍‌ତି ପୁଣି ଗୃହବନ୍ଦୀ! ଘର ବାହାରେ ସିଆର୍‌ପିଏଫ୍‌ ଗାଡ଼ି, ଗେଟ୍‌ରେ ଝୁଲୁଛି ତାଲା…ନିଜେ ସେୟାର କଲେ ଫଟୋ

ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କୁ ପୁଣି ଥରେ ଗୃହବନ୍ଦୀ କରାଯାଇଛି। ଏ ନେଇ ମୁଫତି ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଏଥି ସହିତ ସେ କାଶ୍ମୀର ପଣ୍ଡିତମାନଙ୍କ ଅବସ୍ଥା ପାଇଁ କେନ୍ଦ୍ରର ମୋଦି ସରକାରଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି।

ମେହବୁବା ମୁଫତି ଟ୍ଵିଟ୍‌ରେ ଲେଖିଛନ୍ତି, ‘ଭାରତ ସରକାର କାଶ୍ମୀର ପଣ୍ଡିତମାନଙ୍କ ଦୁର୍ଦ୍ଦଶାକୁ ଗାଲିଚା ତଳେ ଚାପି ଦେବାକୁ ଚାହୁଁଛନ୍ତି। ସରକାରଙ୍କ କଠୋର ନୀତି ଯୋଗୁ ଯେଉଁ କାଶ୍ମୀର ପଣ୍ଡିତମାନେ ପଳାୟନ କରିବାର ବିକଳ୍ପ ବାଛି ନ ଥିଲେ, ସେମାନଙ୍କୁ ଦୁର୍ଭାଗ୍ୟଜନକ ଭାବେ ଟାର୍ଗେଟ କିଲିଂ କରାଯାଇଛି। ସରକାର ଆମକୁ ଶତ୍ରୁ ରୂପେ ଦେଖୁଛନ୍ତି, ତେଣୁ ମୋତେ ଗୃହବନ୍ଦୀ କରି ରଖାଯାଇଛି’।

ଅନ୍ୟ ଏକ ଟ୍ଵିଟ୍‌ରେ ସେ ଲେଖିଛନ୍ତି ଯେ ‘ଆଜି ଚୋଟିଗ୍ରାମରେ ସୁନିଲ କୁମାରଙ୍କ ପରିବାରକୁ ଭେଟିବା ପାଇଁ ମୋର ଉଦ୍ୟମକୁ ପ୍ରଶାସନ ବିଫଳ କରିଛି। ପ୍ରଶାସନ କହିଛି କି, ମୋ ନିଜର ସୁରକ୍ଷା ପାଇଁ ମୋତେ ତାଲା ପକାଯାଇଛି। ଯେତେବେଳେ କି, ସେମାନେ ନିଜେ ଘାଟିର କୋଣ କୋଣକୁ ଯାଉଛନ୍ତି’। ଏହା ପୂର୍ବରୁ ମେହବୁବା ମୁଫତି କଂଗ୍ରେସକୁ ସମାଲୋଚନା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.