ଭୋଳାନାଥଙ୍କ ଶରଣରେ ମେହବୁବା ମୁଫତି, ନବଗ୍ରହ ମନ୍ଦିରରେ କଲେ ଜଳାଭିଷେକ
ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଭୋଳାବାବାଙ୍କ ଶରଣରେ ପ୍ରାର୍ଥନା ପାଇଁ ପହଞ୍ଚିଛନ୍ତି । ପୁଞ୍ଛ ଜିଲ୍ଲାରେ ଥିବା ନବଗ୍ରହ ମନ୍ଦିରରେ ଶିବଲିଙ୍ଗରେ କରିଛନ୍ତି ଜଳାଭିଷେକ ।

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି)ର ଅଧ୍ୟକ୍ଷ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପୁଞ୍ଛ ଜିଲ୍ଲାରେ ଥିବା ନବଗ୍ରହ ମନ୍ଦିରକୁ ଦର୍ଶନ କରିବାକୁ ଯାଇଛନ୍ତି । ଏହି ସମୟରେ ମେହବୁବା ପୂଜାର୍ଚ୍ଚନା କରିବା ସହିତ ଶିବଲିଙ୍ଗରେ ଜଳାଭିଷେକ କରିଛନ୍ତି । ହେଲେ ମେହବୁବା ମୁଫ୍ତିଙ୍କ ମନ୍ଦିର ଯିବାକୁ ନେଇ ଭିଡିଓ ଭାଇରଲ ହେବାରେ ଲାଗିଛି ।
ଭାଇରଲ ହେଉଥିବା ଭିଡିଓରେ ମେହବୁବା ମୁଫ୍ତି ଶିବଲିଙ୍ଗରେ ନିଜ ହାତରେ ଜଳାଭିଷେକ କରୁଛନ୍ତି । ମନ୍ଦିର ଆସିବା ପୂର୍ବରୁ ମେହବୁବା ହାତ ଯୋଡି ପ୍ରାର୍ଥନା ମଧ୍ୟ କରୁଛନ୍ତି । ଏହା ପରେ ମନ୍ଦିର ଭିତରକୁ ପ୍ରବେଶ କରି ଶିବଲିଙ୍ଗରେ ଜଳ ଅର୍ପଣ କରିବା ପରେ ମନ୍ଦିର ପରିକ୍ରମା କରୁଛନ୍ତି ।
J&K | PDP chief Mehbooba Mufti visited Navagraha temple in the Pooch district and offered prayers (15/03) pic.twitter.com/tEV2TAELjQ
— ANI (@ANI) March 16, 2023
ଏହାପରେ ନବଗ୍ରହ ମନ୍ଦିରକୁ ଯିବା ସମୟରେ ମଧ୍ୟ ମେହବୁବାଙ୍କ ସ୍ୱାଗତ କରାଯାଇଥିଲା । ମନ୍ଦିର ପ୍ରଶାସନ ପକ୍ଷରୁ ମେହବୁବା ମୁଫତିଙ୍କୁ ଉପଢୌକନ ମଧ୍ୟ ଦିଆଯାଇଥିଲା ।