ମେଜର ସ୍ତ୍ରୀ ହତ୍ୟା ମାମଲା: ବିବାହ ପାଇଁ ରାଜି ନହେବାରୁ କାଟିଲେ ଗଳା

mejorଦିଲ୍ଲୀ: ବିବାହିତା ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଲେ। ରାଜି ନହେବାରୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କଲେ ଜଣେ ମେଜର। ଅନ୍ୟ ଜଣେ ସେନା ଅଧିକାରୀଙ୍କ ସ୍ତ୍ରୀଙ୍କୁ ବିବାହ କରିବାରେ ବିଫଳ ହୋଇ ଏଭଳି ଅଘଟଣ ଘଟାଇଛନ୍ତି ମେଜର ନିଖିଲ ରାୟ ହଣ୍ଡା। ଘଟଣା ଘଟିଛି ପଶ୍ଚିମ ଦିଲ୍ଲୀରେ। ଦିଲ୍ଲୀର କ୍ୟାଣ୍ଟନ୍‌ମେଣ୍ଟ ମେଟ୍ରୋ ଷ୍ଟେସନରୁ ଶୈଳଜା ଦ୍ୱିବେଦୀଙ୍କ ମୃତଦେହ ମିଳିବା ପରେ ଘଟଣା ପଦାକୁ ଆସିଥିଲା।

mejar girafଏହି ମାମଲାରେ ଉତ୍ତର ପ୍ରଦେଶ ମେରଠରୁ ଅଭିଯୁକ୍ତ ମେଜର ନିଖିଲ ରାୟ ହଣ୍ଡାଙ୍କୁ ଗିରଫ କରିଛି ପୋଲିସ୍‌। ପଶ୍ଚିମ ଦିଲ୍ଲୀର ନାରାୟଣା ଅଞ୍ଚଳରେ ମେଜର ଅମିତ୍‌ ଦ୍ୱିବେଦୀ ପତ୍ନୀ ଶୈଳଜା ଓ ପୁଅଙ୍କ ସହ ରହୁଥିଲେ। ୩୫ ବର୍ଷିୟା ଅମୃତସରର ଶୈଳଜାଙ୍କ ମଡେଲିଂରେ ରୁଚି ଥିଲା। ଦୁଇ ବର୍ଷ ତଳେ ନାଗାଲାଣ୍ଡର ଦିମାପୁରରେ ଅମିତ ଓ ନିଖିଲ ହଣ୍ଡା ଏକାଠି କାମ କରୁଥିଲେ। ଏହି ସମୟରେ ଶୈଳଜା ଓ ହଣ୍ଡାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଏହାକୁ ନେଇ ମେଜର ଦ୍ୱିବେଦୀ ମଧ୍ୟ ବିରକ୍ତ ହୋଇଥିଲେ। ଦୁହିଁଙ୍କୁ ଚେତାବନୀ ଦେଇଥିଲେ। ପରେ ଶୈଳଜା ଦିଲ୍ଲୀ ଚାଲି ଆସିଥିଲେ। ହଣ୍ଡା ମଧ୍ୟ ଏହା ପରେ ଦିଲ୍ଲୀ ଆସିଥିଲେ।

major wife murderଗତ ଶନିବାର ହଣ୍ଡା ଶୈଳଜାଙ୍କୁ ନିଜ କାରରେ ଆର୍ମି ବେସ ହସ୍ପିଟାଲରୁ ସାଙ୍ଗରେ ନେଇଥିଲେ । ଏହି ସମୟରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ତେବେ ଶୈଳଜା ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ହଣ୍ଡା ଛୁରୀରେ ଶୈଳଜାଙ୍କ ତଣ୍ଟିକାଟି ହତ୍ୟା କରିଥିଲେ। ସେତିକିରେ ରାଗ ଶାନ୍ତ ହୋଇ ନ ହେବାରୁ ରାସ୍ତା ଉପରେ ଫିଙ୍ଗି ଦେଇ କାର ଚଢାଇ ଦେଇଥିଲେ ।

 

Leave A Reply

Your email address will not be published.