ପତ୍ନୀଙ୍କ ଅତ୍ୟାଚାରରେ ଅତିଷ୍ଠ ପତି :ମାଗିଲେ ସାତ ଜନମ ପାଇଁ ଦୂରେଇ ରହିବାର ବର

vladtime.ru

କର୍ଣ୍ଣାଟକ : ନିର୍ୟାତିତ ମହିଳାଙ୍କ ବିଷୟରେ ପ୍ରାୟ ପ୍ରତିଦିନ ଖବର ଆସିଥାଏ । ତେବେ ନିକଟରେ ପୁରୁଷ ନିର୍ୟାତନାର ଏକ ଆଶ୍ଚର୍ୟ୍ୟକର ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର ଜଣେ ବ୍ୟକ୍ତି ବଟ୍ ସାବିତ୍ରୀ ବ୍ରତ କରି ପରବର୍ତ୍ତୀ ଜନ୍ମରେ ତାଙ୍କୁ ଏପରି ପତ୍ନୀ ନମିଳିବା ପାଇଁ କାମନା କରିଛନ୍ତି। ଶଶିଧର ରାମଚନ୍ଦ୍ର କୋପାଡ଼େ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଠାରୁ ବିରକ୍ତି ହୋଇ ତାଙ୍କଠାରୁ ପିଛା ଛଡ଼ାଇବା ପାଇଁ ଶେଷକୁ ଭଗବାନଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ, ବଟ ସାବିତ୍ରୀ ବ୍ରତ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘାୟୁ ପାଇଁ କରିଥାନ୍ତି। କିନ୍ତୁ ବର୍ତ୍ତମାନ ପୁରୁଷଙ୍କ ପ୍ରତି ମହିଳାଙ୍କ ବଢ଼ୁଥିବା ଅତ୍ୟାଚାର ପାଇଁ ଏହି ପରମ୍ପରା ଓଲଟା ହୋଇଯାଇଛି। ପତ୍ନୀଙ୍କ ଦ୍ବାରା ପିଡ଼ିତ ଶଶିଧର କହିଛନ୍ତି, ମୁଁ ପରବର୍ତ୍ତୀ ଜନ୍ମରେ ଜଣେ ବ୍ରହ୍ମଚାରୀ ହେବାକୁ ପସନ୍ଦ କରିବି। ମୁଁ ଏପରି ଜଣେ ମହିଳା ସହିତ ରହିପାରିବି ନାହିଁ ଯିଏ ମୋ ପରିବାର ବିରୁଦ୍ଧରେ ମିଛ ପୁଲିସ ଅଭିଯୋଗ ରୁଜୁ କରିଛି। ମୁଁ ମୋ ପତ୍ନୀଙ୍କ ଠାରୁ ପିଛା ଛଡ଼ାଇବା ପାଇଁ ବର ଗଛ ନିକଟରେ ବିଧିବିଧାନ ସହ ବଟ ସାବତ୍ରୀ ବ୍ରତ କରିଛି। ଆଶା ଅଛି କି ଭଗବାନ ମୋ ଗୁହାରୀ ନିଶ୍ଚିତ ଭାବେ ଶୁଣିବେ ।

ଭାରତୀୟ ପରମ୍ପରା ଅନୁଯାୟୀ ବଟ ପୂର୍ଣ୍ଣିମା ଦିନ ସଂପୂର୍ଣ୍ଣ ରୀତିନିତି ସହ ଯିଏ ପୂଜା କରିଥାନ୍ତି, ତାଙ୍କର ମନସ୍କାମନା ପୂରା ହୋଇଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ସାଥିରେ ବରଗଛକୁ ପୂଜା କରାଯାଇଥାଏ ।

Leave A Reply

Your email address will not be published.