କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି ପୁରୁଷମାନେ ମଧ୍ୟ ନେଇପାରିବେ ୭୩୦ ଦିନର ଚାଲଲ୍ଡ କେୟାର୍ ଲିଭ୍

ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର । ଏଣିକି ୭୩୦ ଦିନ ଚାଇଲ୍ଡ କେୟାର୍ ଲିଭ୍ ନେଇପାରିବେ ପୁରୁଷ । ଏଥିପାଇଁ ନୋଟିଫିକେସନ୍ ମଧ୍ୟ ଜାରି କରାଯାଇଛି । ପୂର୍ବରୁ ଏହି ଛୁଟି କେବଳ ମହିଳା ମାନେ ନେଇପାରୁଥିଲେ । କିନ୍ତୁ ଏବେ ଏହି ଚାଇଲ୍ଡ କେୟାର୍ ଲିଭ୍ ପୁରୁଷମାନଙ୍କୁ ମଧ୍ୟ ମିଳିବ । ଏନେଇ ପ୍ରଥମେ ସପ୍ତମ ବେତନ ଆୟୋଗ ସୁପାରିଶ କରିଥିଲା । ଏବେ ଏଥିରେ ମୋହର ମାରିଛନ୍ତି କେନ୍ଦ୍ର ସରକାର ।
ଏହି ନୂଆ ନିୟମ ଅନୁଯାୟୀ ପିଲାଙ୍କ ଦେଖାଶୁଣା ପାଇଁ ୭୩୦ ଦିନର ଛୁଟି ନେଇପାରିବେ ପୁରୁଷ । ତେବେ ଏହି ଛୁଟି ସେହି କର୍ମଚାରୀଙ୍କୁ ମିଳିବ ଯେଉଁମାନଙ୍କ ପତ୍ନୀ ନାହାଁନ୍ତି କିମ୍ବା ଯେଉଁମାନଙ୍କ ପିଲାଙ୍କ ବୟସ ୧୮ ବର୍ଷରୁ କମ୍ । କେବଳ ସେତିକି ନୁହେଁ ଜାନୁଆରୀ ଏବଂ ଜୁଲାଇ ମାସର ପ୍ରଥମ ପାଂଚ ଦିନର ଆଡଭାନ୍ସ ଲିଭ୍ ସବୁ କ୍ୟାଲେଣ୍ଡର ବର୍ଷରେ ଆରମ୍ଭରରେ ସେମାନଙ୍କ ଖାତାରେ ଯୋଡିଦିଆଯିବ ।