ରେଳରେ ଏକୁଟିଆ ଯାତ୍ରା କରୁଥିବା ମହିଳାଙ୍କ ସୁରକ୍ଷା ପାଇଁ ଆରମ୍ଭ ହେଲା ଅପରେସନ “ମେରୀ ସହେଲି”

ରେଳଯାତ୍ରା ସମୟରେ ମହିଳା ମାନଙ୍କ ସୁରକ୍ଷା ନେଇ ଭାରତୀୟ ରେଳବାୟୀ ପକ୍ଷରୁ ଏକ ନୂଆ ଯୋଜନା ଆରମ୍ଭ କରାଯଇଛି । ମହିଳା ଯାତ୍ରୀ ମାନଙ୍କ ସୁରକ୍ଷା ବଢ଼ାଇବା ପାଇଁ “ମେରୀ ସହେଲି” ନାମକ ଏହି ଯୋଜନା ଅକ୍ଟୋବର ୧୭ରୁ ପୂର୍ବ ତଟ ରେଳାବାୟୀର ବିଭିନ୍ନ ଜୋନରେ ଲାଗୁ ମଧ୍ୟ ହୋଇସାରିଛି । ଯାତ୍ରା ଆରମ୍ଭ ହୋଇଥିବା ସ୍ଥାନରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଏହି ଯୋଜନା ମଧ୍ୟରେ ଏକାକୀ ଯାତ୍ରା କରୁଥିବା ମହିଳା ମାନଙ୍କୁ ସୁରକ୍ଷା ଯୋଗାଇବ । ଏନେଇ ଏକ ହେଲ୍ପ ଲାଇନ ନମ୍ବର ୧୮୨ ମଧ୍ୟ ଲାଗୁ କରାଯାଇଛି । ରେଳରେ ଏକୁଟିଆ ଯାତ୍ରା କରୁଥିବା ସମୟରେ ଅସହଜ ମନେ କଲେ କିମ୍ବା କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଲେ ଏହି ହେଲ୍ପ ଲାଇନ ନମ୍ବରକୁ କଲ କରି ପାରିବେ ।

meri saheli

ସୂଚନା ଦେବା ଯୋଗ୍ୟକି, ୭ଟି ସ୍ପେଶାଲ ଟ୍ରେନକୁ “ମେରୀ ସହେଲି” ଯୋଜନାରେ ସାମିଲ କରାଯାଇଛି । ଏହା ବାଦ ଅନ୍ୟ ଟ୍ରେନ ବି ରହିଛି । ଏଗୁଡିକ ମଧ୍ୟରେ ରହିଛି ଭୁବନେଶ୍ୱର- ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ଟ୍ରେନ, ଭୁବନେଶ୍ୱର- ମୁମ୍ବାଇ କୋଣାର୍କ ସ୍ପେସିଆଲ ଟ୍ରେନ, ପୁରୀ- ଦୁର୍ଗ ସ୍ପେସିଆଲ ଟ୍ରେନ, ପୁରୀ- ହାଓରାହ ଦିଲ୍ଲୀ ସ୍ପେସିଆଲ, ଭିଶାଖାପାଟନମ- ନୂଆଦିଲ୍ଲୀ ସ୍ପେସିଆଲ ଆନ୍ଦ୍ରପ୍ରଦେଶ ଏକ୍ସପ୍ରେସ, ବଲାଙ୍ଗୀର – ଭୁବନେଶ୍ୱର ସ୍ପେସିଆଲ, ସମ୍ବଲପୁର- ପୁରୀ ସ୍ପେସିଆଲ ଟ୍ରେନ ଆଦି ରହିଛି । ଏହା ସହ ପୁରୀ – ନୂଆଦିଲ୍ଲୀ ପୂଷୋତ୍ତମ ସ୍ପେସିଆଲ ଏକ୍ସପ୍ରେସ, ପୁରୀ – ଅହମଦାବାଦ ସ୍ପେସିଆଲ, ହାୱରାହ- ସିକନ୍ଦରାବାଦ ଫାଲକନାମା ସ୍ପେସିଆଲ, ହାୱରାହ- ୟେସବନ୍ତପୁର ଦୁରନ୍ତ ସ୍ପେସିଆଲ, ଶାଲିମାର- ସିକନ୍ଦରାବାଦ ଏସି ସ୍ପେସିଆଲ, ହାୱରାହ- ଭୁବନେଶ୍ୱର ଜନଶତାବ୍ଦୀ ଆଦି ଟ୍ରେନକୁ ବି ଏହି ଲିସ୍ଟରେ ସାମିଲ କରାଯାଇଛି । ୨୨୬

ଜଣ ଆରପିଏଫ କର୍ମଚାରୀଙ୍କୁ ୭ ଟି ଟିମରେ ବିଭକ୍ତ କରି ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ପୁରୀ, ବିଶାଖାପାଟନମ, ସମ୍ବଲପୁର, ବଲାଙ୍ଗୀର, କଟକ ପରି ମୁଖ୍ୟ ଷ୍ଟେସନରେ ମୁତୟନ କରାଯାଇଛି । ଏହି ସମସ୍ତ ଷ୍ଟେସନ ଗୁଡିକକୁ ଗୁଗଲ ଲିଙ୍କ ସହ ସଂଯୋଗ କରାଯାଇଛି । ଯାହା ମଧ୍ୟରେ ଏକାକୀ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କ ତଥ୍ୟ ରଖାଯାଇପାରିବ । ଏକ ରିପୋର୍ଟ ଅନୁଯାୟୀ ଗତ ୧୭ ତାରିଖରୁ ଏମଧ୍ୟରେ ୧୦୮୫
ରୁ ଅଧିକ ସଂଖ୍ୟକ ଯାତ୍ରୀ ଏକାକୀ ଯାତ୍ରା କରିସାରିଲେଣି । ଖାଲି ଯେ, ମହିଳାଙ୍କୁ ସୁରକ୍ଷା ଦିଆଯିବ ତାହା ନୁହେଁ କରୋନା ସଂକ୍ରମଣକୁ ରୋକାଯିବା ନେଇ ଯାତ୍ରୀ ମାନଙ୍କ ମଧ୍ୟରେ ସଚେତନତା ମଧ୍ୟ ସୃଷ୍ଟି କରାଯିବ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.