ଦିଲ୍ଲୀ(କେନ୍ଯୁଜ୍) : ଯୌନ ନିର୍ଯ୍ଯାତନା ଅଭିଯୋଗ ଆସିବା ପରେ ଆଇନର ଆଶ୍ରୟ ନେଲେ କେନ୍ଦ୍ର ମନ୍ତ୍ରୀ ଏମ୍. ଜେ. ଆକବର । ସାମ୍ବାଦିକା ପ୍ରିୟା ରମାନିଙ୍କ ବିରୋଧରେ ସେ ପଟିଆଲା ହାଉସ୍ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି । ସେପଟେ ପ୍ରିୟା ରମାନି କହିଛନ୍ତି, ଆଇନର ଲଢେଇ ଲଢିବି ।
ବିଦେଶରୁ ଫେରିବା ପରେ କେନ୍ଦ୍ର ମନ୍ତ୍ରୀ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ । ମି-ଠୁ ଅଭିଯାନରେ ସାମିଲ ହୋଇ ଏକାଧିକ ମହିଳା ମନ୍ତ୍ରୀ ଏମ୍. ଜେ. ଆକବରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ଏମ୍. ଜେ. ଆକବର ସାମ୍ବାଦିକ ଥିବା ସମୟରେ ସହକର୍ମଚାରୀଙ୍କ ସହ ଅସଦାଚରଣ, ଅଶ୍ଳୀଳ କଥାବାର୍ତ୍ତା କରିଥିବା ନେଇ ଅଭିଯୋଗ ହୋଇଛି ।