ମେକ୍ସିକୋରେ ମଣିଷକୃତ ଭୂମିକମ୍ପ !

ଫିଫା ବିଶ୍ୱକପରେ ଉତ୍ଫୁଲ୍ଲିତ ଦର୍ଶକଙ୍କ ଦ୍ବାରା ସୃଷ୍ଟି ହେଲା କୃତ୍ରିମ ଭୂକମ୍ପ

ମେକ୍ସିକୋ: ଭୂମିକମ୍ପ ପ୍ରାକୃତିକ ଭାବେ ହୋଇଥାଏ । କିନ୍ତୁ ମେକ୍ସିକୋରେ ନିକଟରେ ମନୁଷ୍ୟକୃତ ଭୁକମ୍ପ ହୋଇଥିଲା । ଖବରଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ଫିଫା ବିଶ୍ୱକପ୍ରେ ଜର୍ମାନୀ ବିରୋଧରେ ମେକ୍ସିକୋ ଦମ୍ଦାର ଖେଳ ପ୍ରଦର୍ଶନ କରିଥିଲା । ଖେଳର ୩୫ ତମ ମିନିଟରେ ଜର୍ମାନୀ ବିରୋଧରେ ମେକ୍ସିକୋ ଗୋଲ ଦେଇଥିବା ବେଳେ ହିର୍ଭିଂ ଲୋଜାନୋ ଏହି ଗୋଲ ଦେଇଥିଲେ । ଦର୍ଶକ ଏହି ଗୋଲରେ ଏତେ ମାତ୍ରାରେ ଉତ୍ସାହିତ ହୋଇଥିଲେ ଯାହାପରେ ଦେଶରେ ଆରମ୍ଭ ହୋଇଥିଲା ସେଲିବ୍ରେସନ । ଦେଶବାସୀ ଏପରି ଭାବେ ନାଚିଥିଲେ ଯେ ମେକ୍ସିକୋର ଭୂମି ଥରି ଉଠିଥିଲା ।

ଦର୍ଶକ ମାନେ ଲୋକପ୍ରିୟ ସଂଗୀତ “Pretty Little Sky,”ର ତାଳେ ତାଳେ ନାଚିବା ଆରମ୍ଭ କରିଥିଲେ ।ପ୍ରାୟ ସମସ୍ତ ବ୍ୟକ୍ତି ନାଚିବା ଆରମ୍ଭ କରିଥିଲେ ଯାହା ଫଳରେ ସୃଷ୍ଟି ହୋଇଥିଲା କୃତ୍ରିମ ଭୂକମ୍ପ । ଦେଶର କିଛି ଅଞ୍ଚଳରେ ୭ ସେକେଣ୍ଡ ପାଇଁ ଭୂମିକମ୍ପ ହୋଇଥିବା ମେକ୍ସିକୋ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ମଣିଷକୃତ ବୋଲି ସ୍ପଷ୍ଟ ହୋଇଥିଲା । ଗତକାଲି ପ୍ରଥମ ମ୍ୟାଚରେ ମେକ୍ସିକୋ ୧-୦ ଗୋଲରେ ଗତଥରର ଚାମ୍ପିଅନ୍ ତଥା ୪ଥର ବିଶ୍ୱକପ୍ ଜିତିଥିବା ଜର୍ମାନୀକୁ ପରାସ୍ତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.