ଆସନ୍ତା ୨୧ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବ,ଜାରିହେଲା ଏସଓପି

କେନ୍ୟୁଜ୍(ବ୍ୟୁରୋ):  ଆଂଶିକ ଭାବେ ସ୍କୁଲ, କଲେଜ ଖୋଲିବା ନେଇ ଆସିଲା ଏସଓପି । ଆସନ୍ତା ୨୧ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ପାଇଁ ଆଂଶିକ ଭାବେ ସ୍କୁଲ କଲେଜ ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଜାରି କରିଛିି ଏସଓପି । ତେବେ ସ୍କୁଲ ଆସିବା ପାଇଁ ପିଲାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ । ସ୍କୁଲ ଆସିବା ପାଇଁ ପରିବାର ସଦସ୍ୟଙ୍କଠାରୁ ଅନୁମତି ନେବାକୁ ପଡିବ । ଶିକ୍ଷାନୁଷ୍ଠାନ ଖୋଲିବା ପୂର୍ବରୁ କ୍ୟାମ୍ପସ କ୍ଲାସରୁମ, ଲାବ୍ରୋଟୋରି, ବାଥରୁମକୁ ସାନିଟାଇଜ କରାଯିବ । ସଭା, ସ୍ପୋର୍ଟସ ଓ ଅନ୍ୟ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ।

ପୂର୍ବଭଳି ଅନଲାଇନ୍‌ କ୍ଲାସ ଜାରି ରହିବ । ସ୍କୁଲର ପ୍ରବେଶ ପଥରେ ହ୍ୟାଣ୍ଡ ସାନିଟାଇଜର ଓ ଥର୍ମାଲ ସ୍କାନର ରହିବ । ଏପଟେ ଆସନ୍ତା ପୁଜା ଛୁଟି ଯାଏ ରାଜ୍ୟରେ ସ୍କୁଲ କଲେଜ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଆଂଶିକ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ଏସଓପି ପରେ ଏବେ ରାଜ୍ୟ ସରକାର କି ନିଷ୍ପତ୍ତି ନେବେ ତା ଉପରେ ନଜର ରହିଛି । ତେବେ ଅଭିଭାବକମାନେ କହିଛନ୍ତି, ଯେପର୍ଯ୍ୟନ୍ତ ଭ୍ୟାକସିନ୍‌ ବାହାରିନି ସେଯାଏ ପିଲାଙ୍କୁ ସ୍କୁଲ ଛାଡିବୁନି। ଅନଲାଇନ କ୍ଲାସ ଠିକଠାକ ଚାଲିଛି ।

You might also like