Microsoft ସିଇଓ ସତ୍ୟ ନଡେଲାଙ୍କୁ ମିଳିଲା ଦେଶର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ

ମାଇକ୍ରୋସଫ୍ଟର CEO ଙ୍କୁ ମିଳିଛି ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ। ଏହି ଅବସରରେ ସତ୍ୟ ନଡେଲା କହିଛନ୍ତି, ଏହି ସମ୍ମାନ ପାଇବା ତାଙ୍କ ପାଇଁ ଗର୍ବର କଥା। ଏହି ସମ୍ମାନ ତାଙ୍କୁ ଆହୁରି ଅଧିକ କରିବା ପାଇଁ ପ୍ରେରଣା ଦେବ। ସେ କହିଛନ୍ତି ରାଷ୍ଟ୍ରପତି ଓ ପ୍ରଦାନମନ୍ତ୍ରୀଙ୍କ ପରି ମହାନ ଲୋକଙ୍କ ସଂସ୍ପର୍ଶରେ ଆସିବା ଏହାଠାରୁ ବଡ଼ କଥା ଅଉ କିଛି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ସେ ଭାରତସାରା ଲୋକଙ୍କ ସହିତ କାମ କରିବା ପାଇଁ ଚାହୁଁଛନ୍ତି ଏବଂ ନୂଆ ଉପଲବ୍ଧି ପାଇଁ ନୂଆ ଜ୍ଞାନ କୌଶଳର ବ୍ୟବହାର କରିବାକୁ ଚାହୁଁଛନ୍ତି।

ପୂର୍ବ ସପ୍ତାହରେ ସାନ୍‌ ଫ୍ରାନ୍ସିସ୍କୋ ରେ ଭାରତର ବାଣିଜ୍ୟ ଦୂତ ଡା. ଟି.ବି. ନାଗେନ୍ଦ୍ର ପ୍ରସାଦଔପଚାରିକ ଭାବରେ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରିଥିଲେ।୫୫ ବର୍ଷୀୟ ନଡେଲା ଆସନ୍ତା ବର୍ଷ ଜାନୁଆରୀରେ ଭାରତ ଆସିବାରେ ଯୋଜନା ରଖିଛନ୍ତି।

ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା:
ସତ୍ୟ ନଡେଲା ଏବଂ ଡା.ଟି.ବି. ନାଗେନ୍ଦ୍ର ପ୍ରସାଦଙ୍କ ମଧ୍ୟରେ ଟେକ୍ନୋଲୋଜିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା ହୋଇଥିଲା। ଭାରତରେ ଆସନ୍ତା ଦଶନ୍ଧି ଟେକ୍ନୋଲୋଜିରେ ବହୁତ ଆଗକୁ ଯିବ। ବର୍ତ୍ତମାନ ଭାରତୀୟ ଉଦ୍ୟୋଗ ଏବଂ ସଂଘଠନ ଟେକ୍ନୋଲୋଜିର ଧାରାରେ ଆଗେଇ ଚାଲିଛି। ଯାହା ଫଳରେ ଭାରତ ନବନିର୍ମାଣ, ଦକ୍ଷତା ଏବଂ ପ୍ରଯୁକ୍ତି ବିଦ୍ୟାରେ ଆଗରେ ରହିବ।

ହାଇଦ୍ରାବାଦରେ ଜନ୍ମିତ ନଡେଲା ୨୦୧୪ ରେ ମାଇକ୍ରୋସଫ୍ଟର ସିଇଓ ହେଲେ। ୨୦୨୧ରେ ମଧ୍ୟ ତାଙ୍କୁ ଚେୟାରମ୍ୟାନ ପଦରେ ଅଭିଷିକ୍ତ ଥିଲେ। ଏହି ବର୍ଷ ତାଙ୍କୁ ୧୭ ଜଣ ବିଜେତାଙ୍କ ମଧ୍ୟରୁ ତାଙ୍କୁ ଚୟନ କରାଯାଥିଲା। ଏହି ପଦ୍ମ ପୁରଷ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସର ପୂର୍ବ ସଂନ୍ଧ୍ୟାରେ ଘୋଷଣା ହେଉଥିବା ଦେଶର ୩ୟ ସର୍ବୋଚ୍ଚ ସମ୍ମାନ।
୩ଟି ଶ୍ରେଣୀରେ ଦିଆଯାଏ ପଦ୍ମ ସମ୍ମାନ:
ଏହି ପୁରଷ୍କାର ୩ଟି ଶ୍ରେଣୀରେ ଦିଆଯାଇଥାଏ। ପଦ୍ମ ବିଭୂଷଣ(ଅସାଧାରଣ ଏବଂ ବିଶିଷ୍ଟ ପାଇଁ), ପଦ୍ମ ଭୂଷଣ(ଏକ ଉକ୍ରମର ବିଶିଷ୍ଟ ସେବା ପାଇଁ) ଏବଂ ପଦ୍ମଶ୍ରୀ (ପ୍ରତିଷ୍ଠିତ ସେବା ପାଇଁ)। ଏହି ପୁରସ୍କାର ସମସ୍ତ କାର୍ଯ୍ୟକଳାପ, ଶୃଙ୍ଖଳା ଏବଂ ସଫଳତା ଯେଉଁଠାରେ ଜନମଙ୍ଗଳ କିମ୍ବା ଜନସେବର ଉପାଦାନ ଥାଏ ତାଙ୍କୁ ଏଥି ପାଇଁ ଚୟନ କରାଯାଏ। ପ୍ରତି ବର୍ଷ ପ୍ରଧାନ ମନ୍ତ୍ରୀଙ୍କ ସୁପାରିସ କ୍ରମେ ଗଠିତ କମିଟି ଦ୍ୱାରା ପଦ୍ମ ପୁରଷ୍କାର ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.