ମାଇକ୍ରୋସଫ୍ଟ ଆଉଟେଜ୍, ଭାରତ ସମେତ ସାରା ବିଶ୍ବରେ ଆଇଟି ସିଷ୍ଟମ ପ୍ରଭାବିତ

ମାଇକ୍ରୋସଫ୍ଟ ଆଉଟେଜ୍ । ଭାରତ ସମେତ ସାରା ବିଶ୍ବରେ ଆଇଟି ସିଷ୍ଟମ ପ୍ରଭାବିତ । ବିଭିନ୍ନ ଜରୁରୀ ସେବା ଠପ୍ ହୋଇ ଯାଇଛି। ବିମାନ ସେବା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବ୍ୟାଙ୍କ, ଷ୍ଟକ ଏକ୍ସଚେଞ୍ଜ, ଟେଲିକମ୍ ସେବା, ସକୁ କିଛି ବାଧାପ୍ରପ୍ତ ହୋଇଛି। ବିମାନ ଚଳାଚଳରେ ବଡ଼ ଧରଣର ବ୍ୟାଘାତ ସୃଷ୍ଟି ହୋଇଛି । ସାରା ବିଶ୍ବରେ ବିମାନସେବା ପ୍ରଭାବିତ। ଆମେରିକାରେ ଶତାଧିକ ବିମାନ ଚଳାଚଳ ବାଧାପ୍ରାପ୍ତ। ଇମର୍ଜେନ୍ସୀ ୯୧୧ ସେବାରେ ସମସ୍ୟା ।
ଭାରତରେ ସ୍ପାଇସ ଜେଟ୍, ଇଣ୍ଡିଗୋ ଏବଂ ଅକାସା ଏୟାରଲାଇନ ସେବା ବାଧାପ୍ରାପ୍ତ ହୋଇଛି। ଠପ ହୋଇ ଯାଇଥିଲା ବର୍ଲିନ୍ ଏୟାରପୋର୍ଟ। ଟିକେଟ ବୁକିଂରୁ ଆରମ୍ଭ କରି ଚେକ୍ -ଇନରେ ସମସ୍ୟା ଦେଖାଦେଇଛି। ବର୍ଲିନରେ ବ୍ୟାଙ୍କ, ଟେଲିକମ, ମିଡିଆ ଆଉଟଲେଟ୍ ଓ ଏୟାରଲାଇନ୍ସ ବାଧାପ୍ରାପ୍ତ। ଇଂଲଣ୍ଡରେ ଷ୍ଟକ୍ ଏକ୍ସଚେଞ୍ଜ ପ୍ରଭାବିତ ହୋଇଛି। ମାଇକ୍ରୋସଫ୍ଟ ସର୍ଭର ଠପ ଯୋଗୁ ବିଶ୍ବବ୍ୟାପୀ ବିଶ୍ବବ୍ୟାପୀ ଜରୁରୀ ସେବା ପ୍ରଭାବିତ ହୋଇଛଇ। ଅନ୍ୟପଟେ ତ୍ରୁଟି ସୁଧାରିବାକୁ ଉଦ୍ୟମ ଜାରି ରହିଥିବା କହିଛି ମାଇକ୍ରୋସଫ୍ଟ। ମାଇକ୍ରୋସଫ୍ଟ କ୍ଲାଉଡ ସେବାରେ ବ୍ୟାଘାତ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।